ଶୀତ ସାଙ୍ଗକୁ ବର୍ଷା । ଦିଲ୍ଲୀ ରାସ୍ତାରେ କୃତ୍ରିମ ବନ୍ୟା । ବେହାଲ ଜନଜୀବନ

99

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ଏବେ ବଢିଚାଲିଛି କରୋନାର ଗତି । ତା ସାଙ୍ଗକୁ କାଳ ହେଉଛି ଅଦିନିଆ ବର୍ଷା । ବର୍ଷା ଯୋଗୁଁ ରାଜଧାନୀର ରାସ୍ତା ମାନଙ୍କରେ ଏକ ପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଶୀତ ସାଙ୍ଗକୁ ଏହି ଅଦିନିଆ ବର୍ଷାରେ ବେହାଲ ହୋଇପଡିଛି ଦିଲ୍ଲୀବାସୀଙ୍କ ଜୀବନ ।

ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ପାଗ ଖରାପ ହୋଇଛି । ରାଜଧାନୀ ଅଧିକାଂଶ ଇଲାକାରେ ଶନିବାର ରାତିରୁ ବର୍ଷା ଲାଗି ରହିଛି । ଶୀତ ଲହରୀ ସାଙ୍ଗକୁ ବର୍ଷା ଯୋଗୁଁ ତାପାମାତ୍ରା ହ୍ରାସ ପାଇଛି । ଆଜି ମଧ୍ୟ ଏଠାରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସପ୍ତାହନ୍ତ କର୍ଫ୍ୟୁ ଯୋଗୁଁ ଦିଲ୍ଲୀବାସୀ ସମସ୍ୟା ଭୋଗୁଛନ୍ତି । କରୋନାର ବଢୁଥିବା ଗତି ସହ ଏବେ ପୁଣି ବର୍ଷାର ପ୍ରକୋପ ଜରୁରୀ କାଳୀନ ସେବାକୁ ମଧ୍ୟ ବାଧାପ୍ରାପ୍ତ କରିଛି । ଲୋକେ ଏପରି ପ୍ରତିକୂଳ ପାଗରେ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି । –