ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ ମୁହଁ ଖୋଲିଲେ ଶିବସେନା ମୁଖପାତ୍ର । କହିଲେ’ ଦେଶ ୨ ଜଣ ପ୍ରଧାନମନ୍ତ୍ରୀଙ୍କୁ ହରାଇଛି ଆଉ ନୁହେଁ’

266

କନକ ବ୍ୟୁରୋ: ଏବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟି । ମୋଦୀଙ୍କ ପଂଜାବ ଗସ୍ତ ବେଳେ ଯେଉଁଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ତାକୁ ନେଇ ଏଯାଏଁ ରାଜନୀତି ଥମୁନି । ଏବେ ଏହା ସପକ୍ଷରେ ମୁହଁ ଖୋଲିଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ । ସେ କହିଛନ୍ତି ଯେ, ପୂର୍ବରୁ ଏପରି ସୁରକ୍ଷାରେ ତ୍ରୁଟି ଯୋଗୁଁ ଦେଶ ୨ଜଣ ପ୍ରଧାମନ୍ତ୍ରୀଙ୍କୁ ହରାଇସାରିଛି ।ତେଣୁ ପଂଜାବରେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌କୁ ଯେଭଳି ଅଟକାଗଲା ତାହାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବା ଉଚିତ।

ସଞ୍ଜୟ ରାଉତ ଟ୍ବିଟ୍‌ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ସମଗ୍ର ଦେଶର ଅଟନ୍ତି ଏବଂ ତାଙ୍କ ସୁରକ୍ଷାକୁ ନେଇ କୌଣସି ସାଲିସ ହୋଇପାରିବ ନାହିଁ। ମୋଦୀଙ୍କ ପଂଜାବ ଗସ୍ତ ସମୟରେ ଘଟିଥିବା ସୁରକ୍ଷା ତ୍ରୁଟି ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ରାଉତ ଗୁରୁତ୍ବାରୋପ କରିଛନ୍ତି।