କାହାକୁ ଡରନ୍ତି ସିଂଘମ୍? ଯାହାକୁ ନେଇ ଥଟ୍ଟା କରନ୍ତି ପତ୍ନୀ କାଜଲ ।

144

କନକ ବ୍ୟୁରୋ: ବଲିଉଡର ସିଂଘମ ଅଜୟ ଦେବଗନ୍ । ଇଣ୍ଡଷ୍ଟ୍ରିରେ ଆକ୍ସନ ହିରୋ ଭାବେ ସେ ଆଗରେ । ତାଙ୍କ ଚାଲିବା ଠାରୁ ଆରମ୍ଭ କରି କଥା କହିବା ଶୈଳୀ ସବୁ କିଛି ଦମଦାର । ତାଙ୍କର ଏହି ନିଆରା ଅନ୍ଦାଜକୁ ସମସ୍ତେ ପ୍ରଶଂସା କରନ୍ତି । ହେଲେ ତାଙ୍କର ବି କିଛି ଦୁର୍ବଳତା ଆଉ ଭୟ ରହିଛି, ଯାହା ସେ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ ।

ସବୁବେଳେ ଆକ୍ସନ ମୋଡରେ ଦେଖାଯାଉଥିବା ଅଜୟ ଦେବଗନ୍ ପ୍ରକୃତରେ ଜଣେ ଶାନ୍ତ ସ୍ୱଭାବର ମଣିଷ । ତାଙ୍କ ସାଙ୍ଗ ସାଥୀଙ୍କ ସଂଖ୍ୟା କମ୍ । ସିନେ ପାର୍ଟିଗୁଡିକୁ ଯଥା ସମ୍ଭବ ଏଡାଇବାକୁ ଚେଷ୍ଟା କରନ୍ତି ଅଭୟ । ପରଦା ଉପରେ ସବୁବେଳେ ନିର୍ଭୀକ ଅଭିନୟ କରୁଥିବା ଅଜୟ ଦେବଗନ୍ କିନ୍ତୁ ଗୋଟିଏ ଜିନିଷକୁ ଭାରି ଡରନ୍ତି । ଲିଫ୍ଟକୁ ତାଙ୍କର ଭାରି ଡର । ସେ କେବେବି ଲିଫ୍ଟରେ ଯିବା ଆସିବା କରନ୍ତି ନାହିଁ । ସେ ନିଜେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ୧୨ ବର୍ଷରୁ ଅଧିକ ବର୍ଷ ହେଲାଣି ସେ ଲିଫ୍ଟରେ ଯିବା ଆସିବା କରନ୍ତି ନାହିଁ । ୧୨ ବର୍ଷ ପୂୁର୍ବରୁ ସେ ଥରେ କୌଣସି କାମରେ ଚେନ୍ନାଇ ଯାଇଥିଲେ ।ସେଠାରେ ଏକ ହୋଟେଲରେ ରହୁଥିବାବେଳେ ତା’ର ଲିଫ୍ଟରେ ଯିବାବେଳକୁ ହଠାତ୍ ଲିଫ୍ଟଟି ଛିଡିଯାଇ ତଳକୁ ଖସିପଡିଥିଲା । ଫଳରେ ଦୀର୍ଘ ୬ ଘଣ୍ଟା ପରେ ସେ ଲିଫ୍ଟରୁ ମୁକୁଳିଥିଲେ । ସେ ଦିନଠୁ ଲିଫ୍ଟରେ ସେ କେବେବି ଯିବା ଆସିବା କରନ୍ତି ନାହିଁ । ଏପରିକି ନିଜ ଘରେ ବି ଲିଫ୍ଟ ଲଗାଇନାହାଁନ୍ତି । ଉପର ମହଲାରେ କାମ ପଡିଲେ ଅଜୟ ସିଡିରେ ଚଢି ଯାଆନ୍ତି ।

ଥରେ ପ୍ୟାରିସ୍ ବୁଲିବାକୁ ଯାଇଥିବାବେଳେ ପରିବାର ସହ ଏଇଫିଲ ଟାୱାର ବୁଲିବାକୁ ଯାଇଥିଲେ । ସେଠାରେ ଟାୱାର ଉପରକୁ ଯିବାକୁ ଲିଫ୍ଟ ବ୍ୟବସ୍ଥା ଥିଲା । ଟାୱାର ଉପରକୁ ପତ୍ନୀ, କାଜଲ ଓ ତାଙ୍କ ପିଲାମାନେ ଯାଇଥିଲେ କିନ୍ତୁ ଗଲେ ନାହିଁ ଅଜୟ ଦେବଗନ୍ । ଏହି ଘଟଣାକୁ ନେଇ ଅଜୟଙ୍କୁ ଖୁବ ଚିଡାନ୍ତି କାଜଲ । ଏଇଫିଲ ଟାୱାର ଉପରୁ ପୁରା ପ୍ୟାରିସର ଦୃଶ୍ୟ ଦେଖିବାକୁ ମନରେ ପ୍ରବଳ ଇଚ୍ଛା ଥିଲେ ବି ମନର ଭୟ ଯୋଗୁଁ ଏଥିରୁ ବଞ୍ଚିତ ହୋଇରହିଛନ୍ତି ଅଜୟ ଦେବଗନ୍ ।