ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା କ୍ରମରେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶ୍ନବାଣ । ଡିଜି ଜଗନ୍ନାଥଙ୍କ କଥା କହି ଖସିବାକୁ କରୁଛନ୍ତି ଉଦ୍ୟମ ।

137

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତରେ ସ୍ପଷ୍ଟତା ନାହିଁ କହି ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ମନ୍ତ୍ରୀ ଏବଂ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଉପରେ ଆକ୍ରମଣ ହେଉଛି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କହିଲେ ରାଜ୍ୟରେ ବିଗୁଡିଛି ଆଇନ ଶୃଙ୍ଖଳା ପରିସ୍ଥିତି । ଡିଜି ଜଗନ୍ନାଥଙ୍କ କଥା କହି ଖସିବାକୁ କରୁଛନ୍ତି ଉଦ୍ୟମ ।

କେବଳ ଏତିକି ନୁହେଁ ରାଜ୍ୟରେ ବିଭିନ୍ନ ସମୟରେ ବିଭନ୍ନ ଗୁରୁତର ଘଟଣା ଘଟିଥିଲେ ବି ରାଜ୍ୟ ସରକାର ସେଗୁଡିକୁ ହାଲକା ଭାବେ ଗ୍ରହଣ କରିଛନ୍ତି । ବାଲେଶ୍ୱରରେ ଉପଜିଲ୍ଲାପାଳ ଓ ତାଙ୍କ ଡ୍ରାଇଭରଙ୍କ ଉପରେ ମାଫିଆଙ୍କ ଆକ୍ରମଣ ଓ ବିଧାୟକଙ୍କ ଦ୍ୱାରା ଜଣେ ଯୁବତୀ ନିର୍ଯାତିତ ହେବା ଘଟଣା ଉପରେ ମଧ୍ୟ ଆଲୋକପାତ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଗୋଟେପଟେ ଶାସନ ବ୍ୟବସ୍ଥାକୁ ଶୃଙ୍ଖଳିତ ରଖୁଥିବା ଉପଜିଲ୍ଲାପାଳଙ୍କୁ ମାଫିଆମାନେ ନିର୍ଭୟରେ ମାଡ ମାରୁଛନ୍ତି ଅଥଚ ସରକାର କିଛି କରିପାରୁନାହାଁନ୍ତି । ଅନ୍ୟପଟେ ବିଧାୟକଙ୍କ ଦ୍ୱାରା ନିର୍ଯାତିତ ହୋଇ ଜଣେ ଯୁବତୀ ପୁଲିସର ଦ୍ୱାରସ୍ଥ ହେଲେ ହେଲେ କିଛି ପଦକ୍ଷେପ ହେଲା ନାହିଁ । ଏଠି ପୁଲିସ ସରକାରଙ୍କ କଳ ଅନୁସାରେ କାମ କରୁଛି । ତେଣୁ ସୁଶାସନର ଡେଙ୍ଗୁରା ପିଟୁଥିବା ରାଜ୍ୟ ସରକାରଙ୍କ ବ୍ୟବସ୍ଥାରେ ଆଇନଗତ ଶୃଙ୍ଖଳା କେତେ ଦୃଢ ହୋଇଛି ତାହା ପଦାରେ ପଡୁଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।