ରାମଙ୍କ ମୁହଁରେ ରାମାୟଣ । ଓଡ଼ିଶା ଗସ୍ତରେ ପ୍ରସିଦ୍ଧ ଅଭିନେତା ଅରୁଣ ଗୋଭିଲ ,ଆଜି ‘ଶୁଣ ଶ୍ରୀରାମ କାହାଣୀ’ର ଶୁଭାରମ୍ଭ

137

କନକ ବ୍ୟୁରୋ: ରାମଙ୍କ ମୁହଁରେ ରାମାୟଣ । ଲୋକପ୍ରିୟ ରାମାୟଣ ସିରିଏଲରେ ଶ୍ରୀରାମ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ଅରୁଣ ଗୋଭିଲ ଓଡ଼ିଶା ଗସ୍ତରେ ଅଛନ୍ତି । ‘ସୁନୋ ଶ୍ରୀରାମଜୀ କାହାଣୀ’ ପାଇଁ ସେ ଓଡ଼ିଶା ଆସିଛନ୍ତି ।

ଏହି ଅବସରରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଗୋଭିଲ । ସେ କହିଛନ୍ତି ଲୋକଙ୍କ ମନରେ ଏବେବି ପ୍ରଭୁ ଶ୍ରୀରାମଙ୍କ ପ୍ରତି ଭକ୍ତି ଓ ଆସ୍ଥା ଅତୁଟ ରହିଛି । ତେବେ ରାମମନ୍ଦିର ନିର୍ମାଣ ପ୍ରସଙ୍ଗରେ ସେ କହିଛନ୍ତି ଯେ, ଏହା ଏକ ଖୁବ୍ ଖୁସିର କଥା । ହେଲେ ରାମ ମନ୍ଦିର ନିର୍ମାଣ ବହୁ ଆଗରୁ ହେବା ଉଚିତ ଥିଲା ।