ଧରାପଡିଲା ପିଶାଚ ମାମୁଁ : କଙ୍କଡାହାଡ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ; କାଳିଆପାଣି ଅଂଚଳର ଶଙ୍କର୍ଷଣ ଘଟାଇଥିଲା ନାରକୀୟ କାଣ୍ଡ

ଗତ ୧୨ ତାରିଖରେ ଘଟିଥିଲା ଘଟଣା

430

କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ ନାବାଳିକା ହତ୍ୟା ମାମଲା । ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି କଙ୍କଡାହାଡ ଥାନା ପୋଲିସ । ଗିରଫ ଅଭିଯୁକ୍ତର ଶଙ୍କର୍ଷଣ ଦେହୁରୀ , ଘର ଯାଜପୁର ଜିଲ୍ଲାର କାଳିଆପାଣି ଅଂଚଳରେ । ମୃତ ନାବାଳିକାର ସେ ସମ୍ପର୍କୀୟ ମାମୁଁ ହେବ । ଗାଁ ହାଟରୁ ଜଙ୍ଗଲକୁ ନେଇ ଦୁଷ୍କର୍ମ ଉଦ୍ୟମ କରିବା ପରେ କାଳେ କଥା ଜଣାପଡିଯିବ, ସେ ନାବାଳିକାକୁ ପଥରରେ ଛେଚି ହତ୍ୟା କରି ଫେରାର ହୋଇଯାଇଥିଲ। ।

ଗିରଫ ପରେ ଅଭିଯୁକ୍ତର ଡାକ୍ତରୀ ମାଇନା କରାଇ ତାକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି କାମାକ୍ଷାନଗର ଏସଡିପିଓ । ଗତ ୧୨ ତାରିଖରେ କଙ୍କଡାହାଡର ଖରଖରି ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଥିଲା ନାବାଳିକାର ମୃତଦେହ । ଘଟଣାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ପୋଲିସକୁ ମିଳିଛି ସଫଳତା ।