ପୁଣି ପଦାରେ ପଡ଼ିଲା ଦୂତୀ-ସରସ୍ୱତୀଙ୍କ ଫେସବୁକ୍ କଳି। ଯୁବତୀଙ୍କ ସହ ଭଉଣୀ ସରସ୍ୱତୀ ଉଠାଇଥିବା ଫଟୋକୁ ନେଇ ଆକ୍ଷେପ କଲେ ଦୂତୀ। 

711

କନକ ବ୍ୟୁରୋ : ଦୁଇ ଭଉଣୀଙ୍କ ଭିତରେ ସୋସିଆଲ ମିଡିଆ କଳି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରହିଛି । ଜଣେ ଯୁବତୀଙ୍କ ସହ ଭଉଣୀ ସରସ୍ୱତୀ ଚାନ୍ଦ ଉଠାଇଥିବା କିଛି ଫଟୋକୁ ଫେସବୁକ ପୋଷ୍ଟ କରି ଆକ୍ଷେପ କରିଛନ୍ତି ଦୂତୀ । ପୂର୍ବରୁ ଦୂତୀଙ୍କ ସମଲିଙ୍ଗୀ ସମ୍ପର୍କକୁ ନେଇ ବେଶ ଆକ୍ରମଣାତ୍ମକ ହୋଇଥିଲେ ଭଉଣୀ ସରସ୍ୱତୀ ଚାନ୍ଦ । ଏବେ ପୁଣି ଯୁବତୀଙ୍କ ସହ ସରସ୍ୱତୀଙ୍କ ଫଟୋକୁ ପୋଷ୍ଟ କରି ପାଲଟା ଆକ୍ରମଣ କରିଛନ୍ତି ଦୂତୀ । ଏପରିକି ସରସ୍ୱତୀ ତାଙ୍କ ବିରୋଧରେ ଅପପ୍ରଚାର କରୁଥିଲେ ବୋଲି ସେ ଲେଖିଛନ୍ତି ।

ସେପଟେ ଦୂତୀଙ୍କ ପୋଷ୍ଟ ପରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ଭଉଣୀ ସରସ୍ୱତୀ । କାହା ନାଁ ନେଇ ସରସ୍ୱତୀ ଦୂତୀଙ୍କୁ ଟାର୍ଗେଟ୍ କରିଛନ୍ତି । ସାନ ଥିଲା ବେଳେ କିପରି ନିଜ ଭଉଣୀକୁ ଜିତାଇବା ପାଇଁ ନିଜେ ହାରି ଯାଉଥିଲେ, ତାହା ଫେସବୁକ୍ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ସରସ୍ୱତୀ । ସେହିପରି ସରସ୍ୱତୀ ଦୂତୀଙ୍କୁ ଧମକ ଦେଇଛନ୍ତି ଯେ ବାପା-ମା’ଙ୍କ ସମ୍ମାନ ହାନି କଲେ ତାଙ୍କ ଜୀବନକୁ ନଷ୍ଟ କରିଦେବେ । ଆଉ ଏକ ପୋଷ୍ଟରେ ସରସ୍ୱତୀ ଲେଖିଛନ୍ତି, ବିଫଳତାର ବିଳାପ । ଦୂତୀଙ୍କ କ୍ୟାରିୟର ବର୍ତମାନ ନିମ୍ନଗାମୀ ହେଉଥିବାରୁ ସରସ୍ୱତୀ ଏଭଳି ଲେଖିଥିବା ଜଣାପଡ଼ିଛି ।