ଗୃହରାଷ୍ଟ୍ରମନ୍ତ୍ରୀଙ୍କ ବିସ୍ଫୋରକ ବୟାନ : କହିଲେ, ବାଟମାରଣା ହେଉଛି ବିଭିନ୍ନ ଅପରାଧରେ ପୀଡ଼ିତ-ପୀଡ଼ିତାଙ୍କ ସରକାରୀ ସହାୟତା

170

କନକ ବ୍ୟୁରୋ : ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବିସ୍ଫୋରକ ବୟାନ । ବିଭିନ୍ନ ଅପରାଧରେ ପୀଡ଼ିତ, ପୀଡ଼ିତାଙ୍କ ସହାୟତା ଟଙ୍କା ବାଟମାରଣା ହେଉଛି । ଏହା ପଛରେ କିଛି ଅସାଧୁ ପୁଲିସ ଓ ଆଇନଜୀବୀଙ୍କ ହାତ ରହିଛି ବୋଲି ସେ କହିଛନ୍ତି । ସେମାନଙ୍କ ମଧ୍ୟରେ ଅସାଧୁ ମେଣ୍ଟ ରହିଛି । ସରକାର ‘ସାକାର’ ଯୋଜନା ମାଧ୍ୟମରେ ପୀଡ଼ିତ ପୀଡିତାଙ୍କୁ ସହାୟତା ଯୋଗାଉଥିବା ବେଳେ ଏହି ଅସାଧୁ ମେଣ୍ଟ ମିଛ ମାମଲାକୁ ସତ କରି ସରକାରୀ ସହାୟତାର ଲାଭ ଉଠାଉଛନ୍ତି । ଫଳରେ ନିର୍ଦ୍ଦୋଷ ବ୍ୟକ୍ତି ମାମଲାରେ ଛନ୍ଦି ହେଉଛି ।

ଭୁବନେଶ୍ୱର ରୋଟାରି ଭବନରେ ଆଇନ ସେବା ସଂସ୍ଥା କ୍ଳାପ ପକ୍ଷରୁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତୁଷାରକାନ୍ତି ବେହେରାଙ୍କ ଏଭଳି ବୟାନ ଏବେ ବିଭିନ୍ନ ମହଲରେ ହଟଚମଟ ସୃଷ୍ଟି କରିଛି । ସେ ଆହୁରି ମଧ୍ୟ କହିଛନ୍ତି, ବିଧାୟକ ହେବା ଦିନରୁ ମନ୍ତ୍ରୀ ହେବା ପର୍ଯ୍ୟନ୍ତ ତାଙ୍କ ନିକଟକୁ ଅନେକ ଅଭିଯୋଗ ଆସିଛି । ବହୁ ଲୋକ କ୍ଷତିପୁରଣ ସହାୟତା ପାଇଁ ଆବେଦନ କରିଛନ୍ତି ।

ଏଥିରେ ଅଧିକାଂଶ ଯୌତୁକ ନିର୍ଯାତନା ଓ ଆଟ୍ରୋସିଟି ମାମଲା ରହିଛି । ଅଧିକାଂଶ ଆଟ୍ରୋସିଟି ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିବା ସେ କହିଛନ୍ତି । ସ୍ଥାନୀୟ ଜନପ୍ରତିନିଧିଙ୍କ ସହାୟତାରେ ପୁଲିସ ଉପରେ ଚାପ ପକାଇ ଅଟ୍ରୋସିଟି ମାମଲା ରୁଜୁ କରାଯାଇଛି । ଏମିତିକି ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ମଧ୍ୟ ୩ଟି ବିବାଦୀୟ ଅଭିଯୋଗ ଆସିଥିଲା ବୋଲି ସେ କହିଛନ୍ତି ।