କ୍ରିକେଟର ମହମ୍ମଦ ସାମିଙ୍କୁ ଝଟକା । ପତ୍ନୀ ହସୀନ୍ ଜହାଁଙ୍କୁ ମାସିକ ଦେବାକୁ ପଡିବ…

453

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ଦ୍ରୁତବୋଲର ଭାବେ ଜଣା ମହମ୍ମଦ ସାମୀଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ତାଙ୍କ ଠାରୁ ଅଲଗା ହୋଇ ରହୁଥିବା ପତ୍ନୀ ହସୀନ ଜହାଁଙ୍କୁ ମାସିକ ୫୦ ହଜାର ଭରଣପୋଷଣ ଦେବାକୁ ପଡିବ ବୋଲି ରାୟ ଦେଇଛନ୍ତି କୋଲକାତାର ଅଦାଲତ ।

ତେବେ କୋର୍ଟଙ୍କ ଏପରି ନିର୍ଦ୍ଦେଶରେ ମହମ୍ମଦଙ୍କ ପତ୍ନୀ ଖୁସି ନାହାଁନ୍ତି । କାରଣ ସେ ମାସିକ ୧୦ ଲକ୍ଷ ଟଙ୍କା ଭରଣପୋଷଣ ଦେବାକୁ କୋର୍ଟରେ ଅପିଲ କରିଥିଲେ । ନିଜର ବ୍ୟକ୍ତିଗତ ଖର୍ଚ୍ଚ ଭାବେ ୭ ଲକ୍ଷ ଓ ପୁଅର ଖର୍ଚ୍ଚ ବାବଦରେ ୨ ଲକ୍ଷ, ମୋଟ ମାସିକ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ । କିନ୍ତୁ କୋର୍ଟ ଏହାକୁ ଖାରଜ କରିଥିବା ଜଣାପଡିଛି । ତେଣୁ କୋଲକାତା କୋର୍ଟ ଦେଇଥିବା ରାୟ ବିରୋଧରେ ହସୀନା ପୁଣି ଉଚ୍ଚ ନ୍ୟାୟାଳୟରେ ଅପିଲ କରିପାରନ୍ତି ବୋଲି କୁହାଯାଇଛି ।

୨୦୧୮ରେ କ୍ରିକେଟର ମହମ୍ମଦ ସାମିଙ୍କ ବୈବାହିକ ଜୀବନରେ ଅଶାନ୍ତି ଦେଖାଦେଇଥିଲା । ସାମୀଙ୍କ ପତ୍ନ ହସିନ୍ ଜହାଁ ତାଙ୍କ ବିରୋଧରେ ଘରୋଇ ହିଂସା, ମ୍ୟାଚ ଫିକ୍ସିଙ୍ଗ, ଯୌତୁକ ନିର୍ଯାତନା ପରି ଏକାଧିକ ଅଭିଯୋଗ କରିଥିଲେ । ସେବେଠାରୁ ଦୁହେଁ ଅଲଗା ହୋଇ ରହୁଛନ୍ତି ।