ଏବେ ଘରେ ଘରେ ବ୍ୟାପିଛି ଥଣ୍ଡା, ଜ୍ୱର : ନାକରୁ ପାଣି ଗଳିବା ସହ ଛିଙ୍କରେ ହେଉଛନ୍ତି ଅସ୍ତବ୍ୟସ୍ତ; ପଢନ୍ତୁ କ’ଣ କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

3,145

କନକ ବ୍ୟୁରୋ : ଘରେ ଘରେ ବ୍ୟାପିଛି ଥଣ୍ଡା ଜ୍ୱର । କାଶ, ଥଣ୍ଡା ଓ ନାକରୁ ପାଣି ବୋହିବା ଯେମିତି ସାଧାରଣ ହୋଇଗଲାଣି । ପ୍ରତି ପରିବାରର କୌଣସି ନା କୌଣସି ସଦସ୍ୟଙ୍କ ଉପରେ ଏସବୁ ଲକ୍ଷଣ ଦେଖାଯାଉଛି । ଜଣଙ୍କୁ ହେଲେ, ଧୀରେ ଧୀରେ ପରିବାରର ଅନ୍ୟ ସଦସ୍ୟଙ୍କୁ ବ୍ୟାପୁଛି । ତେବେ ଏହା ପଛର କାରଣ କ’ଣ । ଏହା କରୋନା ସଂକ୍ରମଣର ନୂଆ ଭାଇରସ ନା ଆଉ କ’ଣ, ତାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି ଲୋକେ । କ୍ୟାପିଟାଲ ହସ୍ପିଟାଲରେ ବର୍ତ୍ତମାନ ଥଣ୍ଡା ଓ ଜ୍ୱରରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

ମାସକ ଭିତରେ ୩୦ ପ୍ରତିଶତ ଲୋକଙ୍କ ଭିତରେ ଏଭଳି ଲକ୍ଷଣ ଦେଖା ଦେଉଛି । ଆଉ ଏସବୁର କାରଣ କରୋନା ନୁହେଁ ବୋଲି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ଭାଇରାଲ୍ ଯୋଗୁଁ ଥଣ୍ଡା, କାଶ ହେଉଥିବା ସେ କହିଛନ୍ତି । ଋତୁ ପରିବର୍ତ୍ତନ ହେଉଥିବାରୁ ଲୋକଙ୍କ ଭିତରେ ଏଭଳି ଲକ୍ଷଣ ଦେଖାଯାଉଛି । ଆଉ ଏହି ସମୟରେ ଭୂତାଣୁଜନିତ ସଂକ୍ରମଣ ବଢ଼ିବାର ସମ୍ଭାବନା ଥାଏ । ତେଣୁ ଯେଉଁମାନେ ପୀଡ଼ିତ ଅଛନ୍ତି, ସେମାନଙ୍କୁ ପାରାସିଟାମଲ ବ୍ୟବହାର କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ତେବେ ସଂକ୍ରମିତଙ୍କ ଠାରୁ ଶିଶୁଙ୍କୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।