ଛତିଶଗଡ ସହ ଅନ୍ୟ ରାଜ୍ୟରୁ ପୂର୍ବଭଳି ଚାଲିବ ଟ୍ରେନ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗାଇଡଲାଇନ ଅନୁସାରେ ଚଳାଚଳ କରୁଛି ଟ୍ରେନ । ମୁଖ୍ୟଶାସନ ସଚିବଙ୍କୁ ରେଳବାଇ ବୋର୍ଡ ଅଧ୍ୟକ୍ଷଙ୍କ ଚିଠି ।

119

କନକ ବ୍ୟୁରୋ: ଛତିଶଗଡ଼ ସମେତ ବାହାର ରାଜ୍ୟରୁ ଓଡ଼ିଶାକୁ ପୂର୍ବଭଳି ଟ୍ରେନ୍ ଚଳାଚଳ କରିବ । ରେଳ ଚଳାଚଳରେ କଟକଣା ଲଗାଯାଇ ପାରିବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଚିଠି ଲେଖି ଜଣାଇଛନ୍ତି ରେଳବାଇ ବୋର୍ଡ ଅଧ୍ୟକ୍ଷ । ଛତିଶଗଡ଼ରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛତିଶଗଡ଼କୁ ସାଧାରଣ ପରିବହନ ଉପରେ କଟକଣା ଲଗାଇଛନ୍ତି । ଏ ନେଇ ରେଳବାଇ ଅଧ୍ୟକ୍ଷଙ୍କୁ ଗୁରୁବାର ଚିଠି ଲେଖିଥିଲେ ରାଜ୍ୟ ସରକାର । ଏହାର ଜବାବରେ ରେଳବାଇ ପକ୍ଷରୁ କୁହାଯାଇଛି, ରେଳ ଚଳାଚଳ କେନ୍ଦ୍ର ଗୃହ ମନ୍ତ୍ରାଳୟ ଗାଇଡଲାଇନ ଅନୁସାରେ ହେଉଛି । ଗୃହ ମନ୍ତ୍ରାଳୟର ଏସଓପି ଅନୁଯାୟୀ ଟ୍ରେନ ଚାଲୁଛି । ଏ ସଂପର୍କରେ ଗୃହ ମନ୍ତ୍ରାଳୟକୁ ଜଣାଇବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି ରେଳବାଇ ।