ବିଜୟରୁ ଅଭିଯାନ ଆରମ୍ଭ କଲା ବାଙ୍ଗାଲୋର । ମୁମ୍ବାଇକୁ ଦୁଇ ୱିକେଟରେ ହରାଇଲା ବିରାଟ ବାହିନୀ । ରୋମାଞ୍ଚକର ହେଲା ପ୍ରଥମ ମ୍ୟାଚ୍ ।

101

କନକ ବ୍ୟୁରୋ: ଆଇପିଏଲ୍-୧୪ର ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ବାଙ୍ଗାଲୋର । ବିପକ୍ଷୀ ଦଳ ମୁମ୍ବାଇକୁ ଦୁଇ ୱିକେଟରେ ହରାଇ ଦଳ ଚଳିତ ଆଇପିିଏଲର ପ୍ରଥମ ବିଜୟ ହାସଲ କରିଛି ଦଳ । ତେବେ ଏହି ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ବେଶ ରୋଚକପୂର୍ଣ୍ଣ ରହିଥିବା ଦେଖିବାକୁ ମିଳିଥିଲା ।

ଆଜି ପ୍ରଥମେ ଟସ୍ ଜିତି ଆରସିବି ଅଧିନାୟକ ବିରାଟ କୋହଲି ବୋଲିଂ ନିଷ୍ପତ୍ତି ନେଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ମୁମ୍ବାଇ । ଦଳ ପକ୍ଷରୁ ରୋହିତ ଏବଂ ଲିନ୍ ବ୍ୟାଟିଂ କରିବାକୁ ଆସିଥିଲେ । ଦୁହେଁ ଜବରଦସ୍ତ ଆରମ୍ଭ କରିଥିଲେ ମଧ୍ୟ ରୋହିତ ଦୁର୍ଭାଗ୍ୟଜନକ ଭାବେ ରନ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଥିଲେ । ଏହାପରେ ସୂର୍ଯ୍ୟକୁମାର ଯାଦବ, ଇଷାନ କିଷାନ ଏବଂ କ୍ରିସ ଲିନଙ୍କ ଦମଦାର ଇଂନିସ ବଳରେ ମୁମ୍ବାଇ ୧୫୯ ରନ୍ କରିପାରିଥିଲା ।

ଏହାପରେ ୧୬୦ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ବିରାଟ ବାହିନୀ । ଆରସିବି ପକ୍ଷରୁ ଅଧିନାୟକ ବିରାଟ କୋହଲି ୩୩ ରନ୍ କରିଥିବାବେଳେ ମାକ୍ସୱେଲ ଧୁଆଁଧାର ୩୯ ରନ କରିଥିଲେ । ହେଲେ ଶେଷ ଆଡକୁ ଏବିଡି ଜବରଦସ୍ତ ବ୍ୟାଟିଂ କରିବା ସହିତ ଦଳ ବିଜୟ ଲାଭ କରିଛି ।