ଆଜି ଆସିବ ପଂଚାୟତ ଫଳାଫଳ ! ବିଧିବଦ୍ଧ ଭାବେ ସରପଂଚ ଓ ୱାର୍ଡମେମ୍ବର ଫଳ ପ୍ରକାଶ କରିବେ ନିର୍ବାଚନ କମିଶନ

33

କନକ ବ୍ୟୁରୋ : ଆଜି ପ୍ରକାଶ ପାଇବ ସରପଂଚ ଏବଂ ୱାର୍ଡମେମ୍ବର ଫଳାଫଳ । ରାଜ୍ୟ ନିର୍ବାଚନ କମିଶନ ବିଧିବଦ୍ଧ ଭାବେ ଫଳ ପ୍ରକାଶ କରିବେ । ନିର୍ବାଚନ ପରେ ଏହି ଦୁଇ ପଦରେ କିଏ ବିଜୟୀ ହୋଇଛନ୍ତି ତାହା ଆପାତତଃ ସ୍ପଷ୍ଟ ହୋଇଛି । ତେବେ କମିଶନ ଆଜି ଆନୁଷ୍ଠାନିକ ଭାବେ ସେମାନଙ୍କ ନାଁ ଘୋଷଣା କରିବେ ।

କେତେକ ସ୍ଥାନରେ ନିର୍ବାଚନୀ ହିଂସା ଯୋଗୁଁ ସାନି ମତଦାନ ହୋଇଥିଲା । ସେସବୁ ସ୍ଥାନରେ ମଧ୍ୟ ଫଳାଫଳ ଘୋଷଣା ହେବ । ଆସନ୍ତା ୨୫ ତାରିଖରେ ଜିଲ୍ଲା ପରିଷଦ ଏବଂ ବିଜୟୀ ସମିତି ସଭ୍ୟଙ୍କ ନାଁ ଘୋଷଣା କରିବେ ନିର୍ବାଚନ କମିଶନ ।