ଯୁକ୍ତ ୨ ରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ : ମେରିଟ୍ ଅନୁସାରେ ନାମ ଲେଖାଇବେ ଛାତ୍ରଛାତ୍ରୀ

44

କନକ ବ୍ୟୁରୋ: ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ)ରେ ନାମଲେଖା ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ତଥା କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ପାଇବ। ସେହି ଅନୁଯାୟୀ ଯୋଗ୍ୟ ଛାତ୍ରଛାତ୍ରୀ ଜୁଲାଇ ୨ରୁ ୫ ତାରିଖ ମଧ୍ୟରେ ନାମ ଲେଖାଇବେ। ଜୁଲାଇ ୧୦ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ବାହାରିବ। ଏଥିପାଇଁ ଜୁଲାଇ ୧୧ ଓ ୧୨ରେ ନାମଲେଖା ଅନୁଷ୍ଠିତ ହେବ। ଜୁଲାଇ ୧୬ରେ ବଳକା ସିଟ୍ ପାଇଁ ତାଲିକା ବାହାରିବ। ତାଲିକାରେ ଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୯ରୁ ୨୧ ମଧ୍ୟରେ ହେବ। ଜୁଲାଇ ୨୪ରୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ।