ଆଜି ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରର ଆରମ୍ଭ ହେଲା ପହିଲି ଭୋଗ ! ପ୍ରଥମ ଭୋଗ ପାଇବାକୁ ଭକ୍ତଙ୍କ ଭିଡ

40

କନକ ବ୍ୟୁରୋ : ଆଜି ଧନୁ ସଂକ୍ରାନ୍ତି । ମହାପ୍ରଭୁଙ୍କ ନିକଟରେ ଲାଗି ହେଲା ପହିଲି ଭୋଗ । ରାତି ୨ଟାରୁ ଦ୍ୱାରଫିଟା ନୀତିପରେ ଅବକାଶ, ମଇଲମ, ତଡପ ଲାଗି ଇତ୍ୟାଦି ନୀତି ସମ୍ପନ୍ନ ପରେ ସକାଳ ୬ଟା ଭିତରେ ମହାପ୍ରଭୁଙ୍କ ମହାପ୍ରସାଦ ଭୋଗ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ସହ ଏହା ସମ୍ପନ୍ନ ହୋଇଛି ।