ବିଜେପିର ବିରୋଧ ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଢିଲା! ନବୀନ ନିବାସରୁ ସଚିବାଳୟ ଯାଏଁ ରାସ୍ତାରୁ ଲୋକଙ୍କୁ ଘଉଡାଇଦେଲା ପୁଲିସ

41

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଏବେ ପୋଲିସର ସବୁଠାରୁ ବଡ ମୁଣ୍ଡବ୍ୟଥା । ରାଜ୍ୟ ରାଜନୀତି ଯେତିକି ତୀବ୍ର ହେଉଛି, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦେବା ପୋଲିସ ପାଇଁ ସେତିକି ବେଶୀ ଚିନ୍ତାର କାରଣ ପାଲଟିଯାଉଛି । ଜଳେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ସଭାମଂଚ ଉପରକୁ ଅଣ୍ଡାମାଡ ଓ କୁନ୍ଦୁଲି ପ୍ରସଙ୍ଗରେ ବିଜେପିର ନବୀନ ବିରୋଧୀ ଗତିବିଧି ପୋଲିସକୁ ସତର୍କ ରହିବାକୁ ବାଧ୍ୟ କରୁଛି । ଆଜି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ସୁରକ୍ଷା ବଳୟ ଭିତରେ ରଖିଥିଲା ପୋଲିସ ।

roadରାସ୍ତା ଘାଟ ଶୂନଶାନ୍ । ରାସ୍ତାର ଉଭୟ ପାଶ୍ୱର୍ରେ ପୁଲିସର କଡା ସୁରକ୍ଷା । ପୁଲିସ ଭ୍ୟାନକୁ ବାଦ ଦେଲେ, କୌଣସି ବି ଗାଡିକୁ ରଖାଇ ଦେଉ ନଥିଲା ପୁଲିସ । କାହିଁକି ନା ଆଉ ୧୦ ମିନିଟ ପରେ ଏହି ରାସ୍ତା ଦେଇ ଯିବେ ମୁଖ୍ୟମନ୍ତ୍ରୀ । ଏମଏଲଏ କଲୋନୀର ଗେଟକୁ ବି ବନ୍ଦ କରି ଦିଆଯାଇଥିଲା ।ଆଉ ବନ୍ଦ କରିବା ପରେ, ଜଗି ରହିଲା ପୁଲିସ । ରାସ୍ତା କଡରେ ଥିବା ଦୋକାନକୁ ବି ବନ୍ଦ କରାଯାଇଥିଲା ।

ଠିକ୍ ୧୦ ମିନିଟ ପରେ କଡା ସୁରକ୍ଷା ବଳୟ ଭିତରେ ମୁଖ୍ୟମନ୍ତ୍ରୀଙ୍କ କାର୍କେଡ ବାହାରିଲା ସଚିବାଳୟ ଅଭିମୁଖେ । ପୂରା ସୁରକ୍ଷା ବଳୟ ଭିତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେହି ଯେମିତି ମୁଖ୍ୟମନ୍ତ୍ରୀଙ୍କ କାରକେଡ ଭିତରକୁ ନ ପଶି ପାରିବେ ସେଥିପ୍ରତି ବେଶ ତତ୍ପର ହୋଇ ଉଠିଥିଲା ପୋଲିସ । ଆଉ ପ୍ରାୟ ଅଧଘଂଟା ପରେ, ପୁଣି ଏହି ରାସ୍ତା ଦେଇ ମୁଖ୍ୟମନ୍ତ୍ରୀ ଫେରିବେ ବୋଲି କାର୍ଯ୍ୟସୂଚି ଧାର୍ଯ୍ୟ କରାଯାଇଥିଲା । ଯାହା ଦେଖି ସେହି ବାଟରେ ଯାଉଥିବା ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କୁ କେମିତି ସୁରକ୍ଷା ବଳୟ ଭିତରେ ନିଆଯିବ ସେନେଇ ନାକେଦମ ହୋଇ ପଡିଥିଲା ପୁଲିସ । ସିଏମଙ୍କ କାର୍କେଡରେ ଭୁବନେଶ୍ୱର ଡିସିପି, ଅତିରିକ୍ତ କମିଶନର ଓ ବରିଷ୍ଠ ଅଧିକାରୀ ମାନ ମଧ୍ୟ ସାମିଲ ଥିଲେ । ରାସ୍ତା ଉପରେ ଯାହା ଉପରେ ବି ପୁଲିସର ସନ୍ଦେହ ହେଉଥିଲା-ପୁଲିସ ସେମାନଙ୍କୁ ଘଉଡାଉ ଥିଲା । ଏପରିକି କିଛି ମୁଖାପିନ୍ଧା ଯୁବତୀଙ୍କ ପାଇଁ ଅଟୋ ଯୋଗାଡ କରି ସେମାନଙ୍କୁ ପଠାଇ ଦେବା ଭଳି ଚିତ୍ର କ୍ୟାମେରା କଏଦ କରିଥିଲା । ତେବେ ଏପରି କଡା ସୁରକ୍ଷା ଯୋଗାଇ ଦିଆଯିବାର କାରଣ କିଛି ଦିନ ତଳେ, ଜଳେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ସଭା ମଂଚ ଉପରକୁ ଅଣ୍ଡାମାଡ କରାଯାଇଥିଲା । ବିଜେପି କର୍ମୀମାନେ ଯେକୌଣସି ସମୟରେ କାର୍କେଡକୁ ଧସେଇ ପଶିବାର ଆଶଙ୍କା କରୁଛି ପୁଲିସ ।