ଭାରତ ଯୋଡ ଯାତ୍ରା ପରେ କଂଗ୍ରେସର ହାତରେ ହାତ ଯୋଡ ଯାତ୍ରା, ଝାଡଖଣ୍ଡରେ ଯାତ୍ରାର ଉଦଘାଟନ କଲେ ଖଡଗେ

73

କନକ ବ୍ୟୁରୋ : ଝାଡ଼ଖଣ୍ଡରେ କଂଗ୍ରେସ ଆରମ୍ଭ କରିଛି ହାତ ସହ ହାତ ଯୋଡ ଅଭିଯାନ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣେ ଅହଂକାରୀ ନେତା ବୋଲି କହିଛନ୍ତି । ଏଥିସହ ହିଣ୍ଡେନବର୍ଗ ଓ ଅ।ଦାନୀ ମାମଲାରେ ପ୍ରସଙ୍ଗ ଉଠାଇ ମୋଦି ସରକାରଙ୍କୁ ଟାର୍ଗେଟ କରି ଖଡ଼ଗେ କହିଛନ୍ତି କି ୨୦୧୯ ମସିହାରେ ଯେଉଁ ବ୍ୟକ୍ତି ପାଖରେ କେବଳ ୧ଲକ୍ଷ କୋଟି ଟଙ୍କାର ଅର୍ଥ ଥିଲା ତାଙ୍କୁ ୩ବର୍ଷ ଭିରେ ୧୩ଲକ୍ଷ କୋଟିର ବ୍ୟବସାୟ କରିବା ପଛରେ ମୋଦୀଙ୍କ ହାତ ରହିଛି । ଆଦାନୀ ପ୍ରସଙ୍ଗରେ ମୋଦି କଣ ପାଇଁ ଚୁପ ରହିଛନ୍ତି ବୋଲି ଚୁପ ରହିଛନ୍ତି ବୋଲି ଖଡ଼ଗେ ପ୍ରଶ୍ନ କରିଛନ୍ତି ।