ଦିଲ୍ଲୀରେ କରୋନା ସ୍ଥିତି ବେକାବୁ : ୬ ଦିନରେ ୬୭୮ ମୃତ୍ୟୁ; ୨୪ ଘଂଟାରେ ୧୨୧ ମୃତ୍ୟୁ

କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ସବୁ ପ୍ରକାରର ଉଦ୍ୟମ ସତ୍ୱେ ବଢୁଛନ୍ତି ଆକ୍ରାନ୍ତ

108

କନକ ବ୍ୟୁରୋ : ଦିଲ୍ଲୀରେ ମାଡି ଚାଲିଛି କରୋନା । ସେହିପରି ମୃତ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି । ଲଗାତାର ୬ ଦିନ ମଧ୍ୟରେ ୬୭୮ଜଣ ଜୀବନ ନେଲାଣି କରୋନା ସଂକ୍ରମଣ । କରୋନାକୁ କବଳିତ କରିବାକୁ ରାଜ୍ୟ ଓ କେନ୍ଦ୍ର ସରକାର ଆପ୍ରାଣ୍ୟ ଉଦ୍ୟମ ଚଲାଇଛନ୍ତି, ହେଲେ ଥମିବାରେ ନାଁ ନେଉନି ସଂକ୍ରମଣ । ପ୍ରତିଦିନ ହଜାର ହଜାର ନୂଆ ମାମଲା ସାମ୍ନାକୁ ଆସୁଛି । ସେହିପରି ପ୍ରତିଦିନ ମୃତ୍ୟୁ ସଂଖ୍ୟା ପାଖାପାଖି ୧୦୦ ରହୁଛି ।

ବର୍ତମାନ ସୁଦ୍ଧା ଦିଲ୍ଲୀରେ କରୋନାରେ ମୋଟ ମୃତ୍ୟୁ ସଂଖ୍ୟା ୮ହଜାର ୩୯୧ରେ ପହଂଚିଛି । ବିଗତ ୬ ମଧ୍ୟରେ ମୃତ୍ୟୁ ସଂଖ୍ୟା କ୍ରମଶ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ଦିଲ୍ଳୀରେ ୧୨୧ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୨୧ ତାରିଖରେ ୧୧୧ ଜଣ, ୨୦ ତାରିଖରେ ୧୧୮ ଜଣ, ୧୯ ତାରିଖରେ ୯୮ଜଣ, ୧୮ ତାରିଖରେ ସବୁଠୁ ଅଧିକ ୧୩୧ ଜଣ, ଏବଂ ୧୭ ତାରିଖରେ ୯୯ ଜଣଙ୍କ କରୋନା କାରଣରୁ ମୃତ୍ୟୁ ହୋଇଛି ।