ଝାରୁସୁଗୁଡା ଭୟଙ୍କର ନିଆଁ: ଟେଂଟ ହାଉସରେ ଅଗ୍ନିକାଣ୍ଡରେ ଲାକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ, କାରଣ ଅସ୍ପଷ୍ଟ

ସେପଟେ, ବରଗଡ ହସ୍ପିଟାଲରେ ଲାଗିଲା ନିଆଁ । ଅଳ୍ପକେ ବର୍ତିଲେ ରୋଗୀ

109

କନକ ବ୍ୟୁରୋ: ଝାରସୁଗୁଡା ବିଟିଏମ୍ ଅଂଚଳରେ ଥିବା ଏକ ଟେଂଟ୍ ହାଉସ୍ରେ ଭୟାନକ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଟେଂଟ୍ ହାଉସର ସମସ୍ତ ଜିନିଷ ପୋଡି ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ ।

ଅନ୍ୟପଟେ, ବରଗଡ ହସ୍ପିଟାଲରେ ଲାଗିଲା ନିଆଁ । ଅଳ୍ପକେ ବର୍ତିଲେ ରୋଗୀ । ବିଳମ୍ବିତ ରାତିରେ ବରଗଡ ଜିଲ୍ଲା ସଦର ମହକୁମା ହସ୍ପିଟାଲ ଉପର ମହଲା ଶିଶୁ ୱାର୍ଡରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ମେଡିସିନ୍, ସାଲାଇନ୍, ବେଡ ସମେତ ହସ୍ପିଟାଲରେ ବ୍ୟବହାର ହେଉଥିବା ଅନେକ ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି । ଖବର ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, କର୍ମଚାରୀଙ୍କୁ ନିଆଁ ଆୟତ କରିବା ପାଇଁ ୨ରୁ ୩ ଘଂଟା ସମୟ ଲାଗିଥିଲା । ତେବେ କେଉଁ କାରଣରୁ ନିଆଁ ଲାଗିଥିଲା, ସେନେଇ କାରଣ ଅସ୍ପଷ୍ଟ ରହିଛି ।

Comments are closed.