ଅନୁଗୁଳରୁ ଆସିଲା ଦୁଃଖଦ ଖବର : ଡିମିରିପଦା ଗାଁ ଜଙ୍ଗଲ ନିକଟରୁ ଝୁଲନ୍ତା ଅବସ୍ଥାରେ ୩ ମୃତଦେହ ଉଦ୍ଧାର; ମୃତକଙ୍କ ମଧ୍ୟରେ ୨ ଯୁବକ ଓ ଜଣେ ଯୁବତୀ

3,310

କନକ ବୁରୋ : ଗଛରେ ଝୁଲୁଛି ୩ ମୃତଦେହ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଡିମିରିପଦା ଗାଁ ଜଙ୍ଗଲରେ ଝୁଲନ୍ତ ଅବସ୍ଥାରେ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ୨ଯୁବକ ଓ ଜଣେ ଯୁବତୀ ।  ଘଟଣାସ୍ଥଳରୁ  ଦୁର୍ଗନ୍ଧବାହାରୁଥିବାରୁ  କିଛି ଦିନ ତଳେ ସେମାନଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଜଣେ ଗାଇଚରାଳି ମୃତଦେହକୁ ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ ।

ପରେ ଗାଁ ଲୋକେ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ । ବର୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ଓ ଠିକଣା ମିଳିପାରିନାହିଁ । ପ୍ରେମ ବ୍ୟାପାରକୁ ନେଇ ଏଭଳି ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି ।