ଦେଶରେ ପ୍ରଥମ ଥର ଲାଗି ଦିନକରେ ରେକର୍ଡ ୫୨ ହଜାରରୁ ଅଧିକ ଆକ୍ରାନ୍ତ : ୭୭୫ ନୂଆ ମୃତ୍ୟୁ ସହ ମୃତ୍ୟୁସଂଖ୍ୟା ୩୫ ହଜାରର ନିକଟତର; ମୋଟ ୧୫ ଲକ୍ଷ ଆକ୍ରାନ୍ତରୁ ସୁସ୍ଥ ହେଲେଣି ୧୦ ଲକ୍ଷରୁ ଅଧିକ

270

କନକ ବ୍ୟୁରୋ : ଦେଶରେ ପ୍ରଥମ ଥର ପାଇଁ ୫୨ ହଜାର ଟପିଲା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଂଟାରେ ସାରା ଦେଶରେ ୫୨ ହଜାର ୧୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ପ୍ରଥମ ଥର ପାଇଁ ଦିନକରେ ଆକ୍ରାନ୍ତ ଚିହ୍ନଟରେ ଏହା ହେଉଛି ସର୍ବାଧିକ । ସେହିପରି ଗତ ୨୪ ଘଂଟାରେ ୭୭୫ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୩୪ ହଜାର ୯୬୮କୁ ବୃଦ୍ଧି ହୋଇଛି । ୫୨ ହଜାରରୁ ଅଧିକ ଆକ୍ରାନ୍ତ ସହିତ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୫ ଲକ୍ଷ ୮୩ ହଜାର ୭୯୨ କୁ ବଢି ଯାଇଛି । ଏହାରି ମଧ୍ୟରେ ଆଶ୍ୱସ୍ତିର କଥା ଦେଶରେ ମୋଟ ୧୫ ଲକ୍ଷ ଆକ୍ରାନ୍ତରୁ ସୁସ୍ଥ ହେଲେଣି ୧୦ ଲକ୍ଷ । ଗତ ୨୪ ଘଂଟାର ରିପୋର୍ଟ ଅନୁସାରେ ଦେଶରେ ମୋଟ୍ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ୫୮୨ ରହିଛି ।

ଦେଶରେ ଆନ୍ଧ୍ରପ୍ରଦେଶରେ କରୋନା ଗ୍ରାଫ୍ ସବୁଠାରୁ ଅଧିକ ରହିଛି । ଗତ ୨୪ ଘଂଟାରେ ଆନ୍ଧ୍ରପ୍ରଦେଶରେ ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ ୧ ଲକ୍ଷ ୨୦ ହଜାର ଟପିଛି ଆକ୍ରାନ୍ତ ସଂଖ୍ୟା । ଦିଲ୍ଲୀରେ ଏହି ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୩୩ ହଜାର ୩୧୦ । ମହାରାଷ୍ଟ୍ରରେ ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ୬୫୧ କୁ ବୃଦ୍ଧି ହୋଇଛି ।