ଜି-୭ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ: ଜଳବାୟୁ ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉପରେ ହେବ ଆଲୋଚନା 

126

କନକ ବ୍ୟୁରୋ: ଜର୍ମାନୀ ଗ୍ରସ୍ତର ୨ୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲସ୍ ଏଲମାଉ ପ୍ୟାଲେସରେ  ଆୟୋଜିତ ଜି-୭ ସମ୍ମିଳନୀରେ ଯୋଗ ଦେବେ । ଆଉ କିଛି ସମୟରେ ପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମସ୍ଥଳରେ ପହଁଚିବେ । ଏହି ଶିଖର ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ  ଜଳବାୟୁ ପରିବର୍ତନ, ଶକ୍ତି,  ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା  ଓ ଲିଙ୍ଗଗତ ସମାନତା ଆଦି ପ୍ରସଙ୍ଗରେ ଆଲୋଚନା କରିବେ । ଏଥିସହ ରୁଷ-ୟୁକ୍ରେନ ଯୁଦ୍ଧ, ହିନ୍ଦ ପ୍ରଶାନ୍ତ କ୍ଷେତ୍ରର ସ୍ଥିତିରେ ଉପରେ ଭାରତ ଆଭିମୁଖ୍ୟ ମଧ୍ୟ ସମ୍ମିଳନୀରେ ଚର୍ଚ୍ଚା କରାଯିବ । ୨୬ ତାରିଖରେ ଜର୍ମାନୀରେ ମ୍ୟୁନିଖରେ ପହଁଚି ପ୍ରବାସୀ ଭାରତୀୟଙ୍କ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ । ଜର୍ମାନଗସ୍ତର ୨ୟ ତଥା ଶେଷ ଦିନରେ ଜର୍ମାନ ଚାନସଲର ଓଲାଫ ସ୍କୋଲୋଜଙ୍କୁ ସାକ୍ଷାତ କରିଛନ୍ତିି ପ୍ରଧାନମନ୍ତ୍ରୀ । ପରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମଫୋଦା ଓ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ବିଡୋଡାଙ୍କୁ ଭେଟିଛନ୍ତି ମୋଦି । ଆଉ କିଛି ସମୟ ପରେ ୟୁରୋପିୟ ସଂଘର ମୁଖ୍ୟ ଉର୍ସୁଲା ୱନ ଡେର ଲୟନଙ୍କୁ ଭେଟିବା ପରେ କାନାଡ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡୋଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ଜର୍ମାନ ଗସ୍ତ ଶେଷ କରି ୟୁଏଇ ଅଭିମୁଖେ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ ମୋଦି । ଜି ୭ ସମ୍ମିଔରେ ବ୍ରିଟେନ, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଓ ଆମେରିକା ଯୋଗ ଦେଇଛନ୍ତି ।