ୟୁକ୍ରେନର ଲିସିଚାନସ୍କ ସହର କବଜା କରିବା ଲକ୍ଷ୍ୟରେ ଋଷ: ଜି-୭ ଦେଶଙ୍କ ସହଯୋଗ ଲୋଡିଲେ ଜେଲେନସ୍କି

209

କନକ ବ୍ୟୁରୋ: ଋଷ ୟୁକ୍ରେନର ଲିସିଚାନସ୍କ ସହରରେ ଆକ୍ରମଣ କରି କବଜା କରିବାକୁ ଚେଷ୍ଟା କରୁଥିବା ବେଳେ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ପାଶ୍ଚାତ୍ୟ ଦେଶଗୁଡିକୁ ନିବେଦନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦାମିର ଜେଲେନସ୍କି । ଲୁହାନସ୍କ ଅଂଚଳର ପୂର୍ବ ପାଶ୍ୱରେ ଥିବା ଏହି ସହରରେ ସପ୍ତାହ ହେଲା ଋଷ ବିପୁଳ ପରିମାଣରେ ରକେଟ ମାଡ କରିବା ସହ ଆକ୍ରମଣକୁ ଜୋରଦାର କରିଛି । ଲିସିଚାନସ୍କ ରାଜ୍ୟପାଳ ସେଠାକାର ଜନସାଧାଣଙ୍କୁ ସ୍ଥାନାନ୍ତର କରିବା ଉପରେ ଗୁରୁତ୍ୱ ଦେଇଛନ୍ତିି । ଜେଲେନସ୍କି ଆଜି ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଜର୍ମାନୀରେ ହୋଇଥିବା ଜି-୭ ବୈଠକରେ ଯୋଗଦେଇ ଅଧିକ ଅସ୍ତ୍ରଶସ୍ତ୍ରର ଆବଶ୍ୟକତା ଥିବା କହିଛନ୍ତିି ।

ତେଣୁ ଯଥାଶିଘ୍ର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ମର୍ଡନ ଏୟାର ଡିଫେନ୍ସ ସିଷ୍ଟମ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ସହଯୋଗୀମାନେ ଆବଶ୍ୟକତା ସମୟରେ ସଙ୍ଗେ ସଙ୍ଗେ ସହଯୋଗ କରିବା ଆବଶ୍ୟକ । କାରଣ ଋଷିଆ ୟୁକ୍ରେନକୁ ଅକ୍ତିଆର କରିବାକୁ ଲଗାତାର ଆକ୍ରମଣ କରୁଥିବା କହିଛନ୍ତି ଜେଲେନସ୍କି । ଆମେରିକା ରାଷ୍ଟପ୍ରତି ଜୋ ବାଇଡେନ କହିଛନ୍ତି, ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷିଆ ବିରୋଧରେ ଆମେ ୫ ମାସ ହେଲା ସମସ୍ତେ ଏକାଠୀ ଠିଆ ହୋଇଛୁ । ଆଗାମୀ ଦିନରେ ମଧ୍ୟ ରହିବ । ତେବେ ୟୁକ୍ରେନ ପାଇଁ ଆମେରିକା ସ୍ଥଳ ଭାଗରୁ ଆକାଶମାଗରେ ଆକ୍ରମଣ କରିପାରୁଥିବା ଦୂର ଲକ୍ଷ ଭେଦି ମିଶାଇଲ ସିଷ୍ଟମ କିଣିବ ବୋଲି ସୂଚନା ମିଳିଛି ।