ଖୋଲୁଛି ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ରହସ୍ୟ । ମୃତ୍ୟୁ ପଛରେ ସମ୍ପତ୍ତି ହଡ଼ପର ଷଡ଼ଯନ୍ତ୍ର ଅଭିଯୋଗ ଆଣିଲେ ସମ୍ପର୍କୀୟ ।

145

କନକ ବ୍ୟୁରୋ: ଘନଉଛି ବିଜେପି ନେତ୍ରୀ ତଥା ଟିକଟକ ଷ୍ଟାର ସୋନାଲି ଫୋଗାଟଙ୍କ ମୃତ୍ୟୁ ରହସ୍ୟ । ୨୩ ଅଗଷ୍ଟକୁ ଗୋଆରେ ହୃଦଘାତରେ ହୋଇନଥିଲା ସୋନାଲିଙ୍କ ମୃତ୍ୟୁ ବରଂ ତାଙ୍କ ମୃତ୍ୟୁ ଏକ ପ୍ରାୟୋଜିତ ହତ୍ୟା । ସୋନାଲିଙ୍କ ମୃତ୍ୟୁର ତଦନ୍ତ ଯେତିକି ଆଗଉଛି, ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠି ଉଠି ଚାଲିଛି । ସୋନାଲିଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ସ୍ପଷ୍ଟ ଭାବେ ବୟାନ କରିଛି, ତାଙ୍କ ମୃତ୍ୟୁ ହୃଦଘାତରୁ ହୋଇନାହିଁ । ସୋନାଲିଙ୍କୁ କରାଯାଇଛି ହତ୍ୟା । ସୋନାଲିଙ୍କ ପ୍ରାଇମେରୀ ପୋଷ୍ଟମର୍ଟମ ରିପୋର୍ଟରେ ଡାକ୍ତର ବ୍ଲଂଟ୍ ଫୋର୍ସ, ଅର୍ଥାତ୍ ତାଙ୍କ ଉପରେ ବଳ ପ୍ରୟୋଗ କରାଯାଇଥିବା ଦର୍ଶା ଯାଇଛି । ଏହାର ଅର୍ଥ ମୃତ୍ୟୁ ପୂର୍ବରୁ ସୋନାଲିଙ୍କ ଉପରେ ହୋଇଥିଲା ଆକ୍ରମଣ । କୌଣସି ଓଜନିଆ ବସ୍ତୁରେ ତାଙ୍କ ଉପରକୁ ଆକ୍ରମଣ କରାଯାଇଛି । ସୋନାଲିଙ୍କ ଶରୀରରେ କୌଣସି କଟା ଦାଗ ନାହିଁ । ମାତ୍ର କ୍ଷତ ଚିହ୍ନ ରହିଛି ।

ସୋନାଲିଙ୍କ ମୃତ୍ୟୁର ତଦନ୍ତ କରୁଛି ଗୋଆ ପୋଲିସ । ଘଟଣାରେ ତଦନ୍ତ କରି ସୋନାଲିଙ୍କ ପିଏ ସୁଧିର ସାଙ୍ଗମା ଓ ବଡିଗାର୍ଡ ଶୁଖବିନ୍ଦର ସିଂହଙ୍କୁ ଗିରଫ କରି ପଚରାଉଚୁରା କରୁଛି । ସେପଟେ ସୋନାଲିଙ୍କ ଭାଇ ସୁଧିରଙ୍କ ବିରୋଧରେ ଦୁଷ୍କର୍ମ ଓ ହତ୍ୟାର ଅଭିଯୋଗ ଆଣିଛନ୍ତି ।

  • ପୋଲିସ ତଦନ୍ତରେ ବଡ ଖୁଲାସା
  • ସୋନାଲିଙ୍କ ଡ୍ରିଙ୍କସରେ ମିଶାଯାଇଥିଲା ନିଶା ଦ୍ରବ୍ୟ

ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ସୋନାଲିଙ୍କ ହତ୍ୟା ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଆଉ ଏହି ତଦନ୍ତରେ ପୋଲିସ ହାତରେ ଅନେକ ତଥ୍ୟ ଲାଗିଛି । ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ଯାହା ସୋନାଲିଙ୍କ ମୃତ୍ୟୁକୁ ସନ୍ଦେହପୂର୍ଣ୍ଣ କରିଥିଲା । ପରେ ଗୋଆ ପୋଲିସ ସୋନାଲିଙ୍କ ମୃତ୍ୟୁକୁ ନେଇ ଅଧିକ ଛାନବିନ୍ କରିବା ଆରମ୍ଭ କରିଥିଲା । ଅନେକ ଗୁଡିଏ ପ୍ରମାଣ ଇସାରା କରୁଥିଲା ସୋନାଲିଙ୍କ ହୃଦଘାତ୍ରେ ନୁହେଁ ବରଂ ତାଙ୍କୁ ହତ୍ୟା କରାଯାଇଛି । ପୋଲିସର ସୂଚନା ଅନୁସାରେ…

ସୋନାଲି ମୃତ୍ୟୁ ରହସ୍ୟ

– ଗୋଆରେ ସୋନାଲି ସେହି ରିସର୍ଟରେ ହିଁ ଖାଉଥିଲେ, ଯେଉଁ ରିଜଟ୍ରେ ସେ ରହିଥିଲେ
– ମାତ୍ର ୨୩ ଅଗଷ୍ଟ ପୂର୍ବ ରାତିରେ ସୋନାଲି ରିଜର୍ଟ ବାହାରେ କର୍ଲିଜ୍ ରେଷ୍ଟୁଂରାଟ୍ ଯାଇଥିଲେ
– ପିଏ ସୁଧିର, ସୋନାଲିଙ୍କୁ ସେହି ରେଷ୍ଟୁରାଂଟକୁ ନେଇଥିଲେ
– ସେଠାରେ ତାଙ୍କ ଡ୍ରିଙ୍କସ୍ରେ ନିଶା ଦ୍ରବ୍ୟ ମିଶାଯାଇଥିଲା
– ପୋଲିସ୍ ହାତରେ ଲାଗିଛି ରେଷ୍ଟୁରାଂଟର ସିସିଟିଭି ଫୁଟେଜ୍
– ସିସିଟିଭି ଫୁଟେଜକୁ ତଦନ୍ତ ପରିସରଭୁକ୍ତ କରିଛି ପୋଲିସ

ସୋନାଲି ଫୋଗାଟଙ୍କ ମୃତ୍ୟୁକୁ ନେଇ ପିଏ ସୁଧିର ସାଙ୍ଗମା ଓ ବଡିଗାର୍ଡ ଶୁଖୱିନ୍ଦର ସିଂହ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି । ସୋନାଲିଙ୍କ ଭାଇ ରିଙ୍କୁ ଢାକାଙ୍କ ଅଭିଯୋଗ ଆଧାରରେ ପୋଲିସ୍ ଏହି ମାମଲା ରୁଜୁ କରି ଦୁହିଁଙ୍କୁ ଗିରଫ ମଧ୍ୟ କରିଛି । ସୋନାଲିଙ୍କ ହତ୍ୟା କରାଯାଇଥିବା କଥା ପରିବାର ଲୋକେ ପ୍ରଥମ ଦିନରୁ ହିଁ କରି ଆସୁଛନ୍ତି । ଆଉ ଏବେ ଧିରେ ଧିରେ ତାହା ସତ ବୋଲି ସ୍ପଷ୍ଟ ହେବାରେ ଲାଗିଛି । ସୋନାଲିଙ୍କ ହତ୍ୟାକୁ ନେଇ ସୁଧିର ଓ ଶୁଖୱିନ୍ଦର ବିରୋଧରେ ହତ୍ୟା ମାମଲା ରୁଜୁ କରି ଦୁହିଁଙ୍କୁ ଗିରଫ କରିଛି ଗୋଆ ପୋଲିସ । ଏହାସହ ଦୁହିଁଙ୍କୁ ଜେରା ମଧ୍ୟ କରାଯାଉଥିବା ସୂଚନା ମିଳିଛି ।

୨୩ ଅଗଷ୍ଟରେ ପ୍ରଥମେ ଖବର ଆସିଲା ସୋନାଲି ଫୋଗାଟଙ୍କ ମୃତ୍ୟୁ ହାର୍ଟଆଟାକରେ ହୋଇଛି । ମାତ୍ର ତାଙ୍କ ପରିବାର ପ୍ରଥମରୁ ହିଁ ସୋନାଲିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । କାରଣ ମୃତ୍ୟୁ ପୂର୍ବରୁ ଘର ଲୋକଙ୍କୁ ଫୋନ୍ କରି ତାଙ୍କ ସହ ହୋଇଥିବା ଅଘଟଣ ବିଷୟରେ ସଂକେତ ଦେଇଥିଲେ । ଆଉ ଏବେ ପୋଷ୍ଟମର୍ଟମ ରିପୋର୍ଟ, ସବୁ ବୟାନ କରୁଛି ।