ସ୍ମାର୍ଟ ଇଣ୍ଡିଆ ହାକାଥନରେ ବାଜି ମାରିଲା ‘ସ୍ପାର୍କ ଅଫ୍ ଫ୍ୟୁଚର’ ଟିମ୍ । ହେଲିଅସ୍ ପ୍ରକଳ୍ପକୁ ଉଚ୍ଚ ପ୍ରଶଂସା

79

କନକ ବ୍ୟୁରୋ : ଭାରତ ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଯାଇଛି ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୨ । ଏଥିରେ ‘ସ୍ପାର୍କ ଅଫ୍ ଫ୍ୟୁଚର’ ଟିମ୍ ବିଜେତା ହେବାର ଗୌରବ ହାସଲ କରିଛି । ଏହି ଦଳର ସଦସ୍ୟ ନିଶାନ୍ତ କାର୍ତ୍ତିର୍କ ନାୟକ, ଶିବମ୍ ସୁନ୍ଦର ମହାକୁଡ ଏବଂ ସୀମରନ ମିଶ୍ରଙ୍କ ଦ୍ୱାରା ପ୍ରସ୍ତୁତ ହେଲିଅସ୍ (ହାର୍ନେସିଂ ଇଲେକ୍ଟ୍ରିସିଟି ଇନ୍ ଆଉଟର ସ୍ପେସ) ପ୍ରକଳ୍ପଟି ପ୍ରତିଯୋଗିତାରେ ଉଚ୍ଚ ପ୍ରଶଂସିତ ହେବା ସହ ଶ୍ରେଷ୍ଠ ବିବେଚିତ ହୋଇଥିଲା ।

ଏକାଦଶ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ପ୍ରୋଜେକ୍ଟଟି ବିକଳ୍ପ ଶକ୍ତି ନିମନ୍ତେ ସୂର୍ଯ୍ୟାଲୋକ ବ୍ୟବହାର ଉପରେ ଆଧାରିତ ଥିଲା । ଏହି ପ୍ରକଳ୍ପ ମୁତାବକ ପୃ୍ଥିବୀ ପୃଷ୍ଟରୁ ସୌରଶକ୍ତି ସଂଗ୍ରହ ବଦଳରେ ସିଧା ସଳଖ ଅନ୍ତରୀକ୍ଷରୁ ସୌରଶକ୍ତି ସଂଗ୍ରହ କରାଯିବା ସହ ପୃଥିବୀକୁ ନିରନ୍ତର ବିପୁଳ ପରିମାଣରେ ବିଦ୍ୟୁତ ଯୋଗାଇ ଦିଆଯିବା ଉପରେ ଆଧାରିତ । ଫଳରେ ବିଦ୍ୟୁତ୍ ସମସ୍ୟାର ସମାଧାନ କରାଯାଇ ପାରିବ ବୋଲି ପ୍ରମାଣ କରାଯାଇଥିଲା । ବିଜେତାମାନଙ୍କୁ ଶିକ୍ଷା ମନ୍ତ୍ରଣାଳୟ ତରଫରୁ ୨୫ ହଜାର ଟଙ୍କାର ଆର୍ଥିକ ପୁରସ୍କାର ସହ ପ୍ରମାଣପତ୍ର ଦେଇ ସମ୍ମାନୀତ କରାଯାଇଥିଲା ।