ସ୍କୁଲରେ ବୁଲିଲା କଟୁରୀ । ବିଦ୍ୟାଳୟ ହତା ଭିତରେ ମାତିଲା ନିଶାସକ୍ତ ଯୁବକ ।

280

କନକ ବ୍ୟୁରୋ: ସ୍କୁଲରେ ପଶି ପିଲାଙ୍କୁ ଆକ୍ରମଣ । କଟୁରୀ ଧରି ଗୋଡାଇଲା ଦୁର୍ବୃତ୍ତ । କେନ୍ଦୁଝର ଭାଲିଆଡିହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ନିଶାସକ୍ତ ଯୁବକ ପଶି ପିଲାଙ୍କୁ ଆକ୍ରମଣ କରିଥିଲା । ହାତରେ ଏକ ଧାରୁଆ କଟୁରୀ ଧରି ପିଲାଙ୍କ ସହ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଗୋଡାଇ ଆକ୍ରମଣ କରିଥିଲା ଦୁର୍ବୃତ୍ତ । ଏଥିରେ ୨ଜଣ ପିଲା ଆହତ ହୋଇଥିବା ଜଣାପଡିଛି । ସ୍କୁଲ ଚାଲିଥିବା ବେଳେ ହଠାତ୍ ସ୍କୁଲ ହତା ଭିତରକୁ ଯୁବକ ଜଣକ କଟୁରୀ ଧରି ପଶିଆସିଥିଲେ । ଫଳରେ ଭୟରେ ପିଲାମାନେ ଦଉଡିବାକୁ ଲାଗିଥିଲୋ ଜଣେ ପିଲା ତଳେ ପଡିଯାଇଥିବା ବେଳେ ଦୁର୍ବୃତ୍ତ ତାଙ୍କୁ କଟୁରୀରେ ଆକ୍ରମଣ କରିଥିଲା । ଦୁର୍ବୃତ୍ତ ଜଣକ ପିଲାଙ୍କୁ ଆକ୍ରମଣ କରିବା ସହ ସ୍କୁଲର ବହୁ ଜିନିଷ ପତ୍ର ମଧ୍ୟ ନଷ୍ଟ କରିପକାଇଛି । ଘଟଣା ନେଇ ଥାନାରେ ଏତଲା ଦିଆଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଶାସକ୍ତ ଯୁବକଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି । ତେବେ ସ୍ମୁଲ ଭିତରେ ଛୋଟ ଛୋଟ ପିଲା ପାଠ ପଢୁଥିବା ବେଳେ ନିଶାଗ୍ରସ୍ତ ଯୁବକଙ୍କୁ ଏହିଭଳି ଅଚାନକ ଆକ୍ରମଣ ନେଇ ବିରୋଧ କରିଛନ୍ତି ଅଭିଭାବକ ମାନେ ।