ମାଟ୍ରିକ ପିଲାଙ୍କ ପରୀକ୍ଷା ବେଳେ ବିଦ୍ୟୁତ କାଟ । ଡିବିରି ଜାଳି ପଢୁଛନ୍ତି ପିଲା

55

କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷା ବେଳେ ବିଦ୍ୟୁତ କାଟ । ଡିବିରି ଆଲୁଅରେ ପାଠ ପଢୁଛନ୍ତି ପରୀକ୍ଷାର୍ଥୀ । ପରୀକ୍ଷା ଚାଲିଥିବା ବେଳେ ଏହିଭଳି ବିଦ୍ୟୁତ କାଟ ପରୀକ୍ଷାର୍ଥୀଙ୍କ ଯେମିତି ନିଦ ହଜାଇ ଦେଇଛି । ପୁରୀ କଣାସ ବ୍ଲକ ଜାଗୁଳାଇପଦର ଗାଁ ଲୋକଙ୍କ ବକେୟା ବିଲ୍ ପୈଠ ହୋଇନଥିବାରୁ ଲାଇନ୍ କାଟି ଦିଆଯାଇଛି । ଯାହାଫଳରେ ଅନ୍ଧାରରେ ରହୁଛନ୍ତି ପ୍ରାୟ ୫ ହଜାର ଲୋକେ । ସବୁଠୁ ଦୟନୀୟ ଅବସ୍ଥା ହୋଇପଡିଛି ପରୀକ୍ଷାଦେଉଥିବା ପିଲାଙ୍କର । ଲାଇନ୍ କଟିଯାଉଥିବାରୁ ପିଲାମାନେ ଅନ୍ଧାରରେ ଡିବିରି ଜାଳି ପଢୁଛନ୍ତି । ପିଲାଙ୍କ ପରୀକ୍ଷା ଚାଲୁଥିବା ବେଳେ ଲାଇନ୍ ନକାଟିବାକୁ ଗାାଁ ଲୋକେ ଅନୁରୋଧ କରିଥିଲେ ବି ବିଦ୍ୟୁତ କାଟ ହୋଇଛି । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।

ତେବେ ପିଲାଙ୍କ ପରୀକ୍ଷା ପାଇଁ ଲୋକେ କରିଥିବା ଅନୁରୋଧକୁ ବି ଶୁଣିନାହାନ୍ତି ସେବା ଯୋଗାଉଥିବା ଘରୋଇ ସଂସ୍ଥା । ବକେୟା ବିଲ୍ ପୈଠ ନକରିବାରୁ ବିଦ୍ୟୁତ କାଟିଦେଇଛନ୍ତି ଯାହାଫଳରେ ଅନ୍ଧାରରେ ରହିଛି ପୂରା ଗାଁ ।