ରଙ୍ଗ ବଦଳାଉଛି ତତଲା ପୃଥିବୀ । ଏସିଆ, ଆଫ୍ରିକା ଓ ୟୁରୋପରେ ବଢୁଛି ତାପମାତ୍ରା । ଅଧିକାଂଶ ସ୍ଥାନରେ ତାପମାତ୍ରା ୫୦ ଡିଗ୍ରୀ ପାର୍

206

କନକ ବ୍ୟୁରୋ: ନୀଳରୁ ଲାଲ ହେଉଛି ପୃଥିବୀ । ନାସା ଦ୍ୱାରା ଜାରି କରାଯାଇଥିବା ଏକ ନକସାରୁ ଏଭଳ ଚିତ୍ର ସାମ୍ନାକୁ ଆସିଛି । ଏସିଆ, ଆଫ୍ରିକା ଓ ୟୁରୋପୀୟ ଦେଶଗୁଡିକରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ୪୬ ବର୍ଷ ମଧ୍ୟର ଥିବା ଅନ୍ତରକୁ ବି ଦେଖାଯାଇଛି । ଦୁଇଟି ଫଟୋ ଭିତରୁ ପ୍ରଥମଟି ୧୯୭୬ର ହୋଇଥିବାବେଳେ ଦ୍ୱିତୀୟ ଚିତ୍ରଟି ୨୦୨୨ ମସିହାର । ଏଥିରେ ଦେଖାଯାଇଛି ୧୯୭୬ରେ ପୃଥିବୀ କିଭଳି ଥିଲା ଓ ଏବେ କିଭଳି ପୃଥିବୀ ଅଛି । ଜୁନ ଓ ଜୁଲାଇ ୨୦୨୨ରେ ତାପମାତ୍ର ଏଭଳି ବଢିଛି ଯେ, ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ଏହି ନକ୍ସା ଯାହାକୁ ଆପଣ ଟିଭି ସ୍କ୍ରିନରେ ଦେଖୁଛନ୍ତି, ସେଥିରୁ ସ୍ପଷ୍ଟ ଜଣାପଡୁଛି ପୂର୍ବ ଗୋଲାର୍ଦ୍ଧର ଉପର ସରଫେସରେ ତାମପାତ୍ରା ବଢିଛି । ନକ୍ସା ଅନୁସାରେ ବାୟୁମଣ୍ଡଳରେ ବଢୁଥିବା ଗ୍ରୀଷ୍ମପ୍ରବାହ ଓ ସ୍ଥାନୀୟ ଅଞ୍ଚଳ ଆଧାରରେ ଏହି ନକ୍ସା ପ୍ରସ୍ତୁତ ହୋଇଛି ।