ହକି ସାମ୍ରାଜ୍ୟର ବେତାଜ୍ ବାଦଶାହା ନରିନ୍ଦର । ହକି ଟଙ୍କାରେ କରୁଥିଲେ ଅଏସ୍ !

205

କନକ ବ୍ୟୁରୋ: ଜାତୀୟ ଖେଳ ହକି ଓ ଇଣ୍ଡିଆନ ଅଲମ୍ପିକ୍ସ ଆସୋସିଏସନର ଅଧ୍ୟକ୍ଷଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ହକି ଇଣ୍ଡିଆର ଟଙ୍କାକୁ ନେଇ ବ୍ୟକ୍ତିଗତ ଖର୍ଚ୍ଚରେ ଲଗାଉଥିଲେ ନରିନ୍ଦର ବତ୍ରା । ତିନି ତିନିଟି ବଡ ପଦବୀରେ ରହି ଟଙ୍କା ହରିଲୁଟର ଅଭିଯୋଗ ଆସିଛି ତାଙ୍କ ନାଁରେ ଏବଂ ତା ପରେ ସିବିଆଇ ସ୍କାନରକୁ ଆସିଛନ୍ତି କ୍ରୀଡା ପ୍ରଶାସନର ସବୁଠାରୁ କ୍ଷମତାଶାଳୀ ବ୍ୟକ୍ତି ନରିନ୍ଦର ।

ବାତ୍ରାଙ୍କ ନାଁରେ ହକି ଇଣ୍ଡିଆର ୩୫ ଲକ୍ଷ ଟଙ୍କା ବ୍ୟକ୍ତିଗତ କାର୍ଯ୍ୟରେ ଖର୍ଚ୍ଚ କରିଥିବା ଅଭିଯୋଗ ହୋଇଛି । ସିବିଆଇ ଚଢାଉ ପୂର୍ବରୁ ନରିନ୍ଦର ବାତ୍ରା ଗତକାଲି ନିଜ ତିନିଟି ପଦରୁ ଇସ୍ତଫା ଦେଇଛନ୍ତି । ଆନ୍ତର୍ଜାତିକ ହକି ମହାସଂଘ, ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ଓ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ସଦସ୍ୟ ଥିଲେ ବାତ୍ର।। ହକି ଓ ଅଲମ୍ପିକ୍ସର ସବୁଠାରୁ ବଡ ବଡ ନିଷ୍ପତି ନରିନ୍ଦର ନେଉଥିଲେ । ଏମିତିକ ତାଙ୍କ ବିନା ଅନୁମତିରେ ହକି ଇଣ୍ଡିଆରେ ପତ୍ରଟେ ବି ହଲୁନଥିଲା । ଏକା ସାଙ୍ଗରେ ତିନିତିନିଟି ପଦରେ ରହିଥିଲେ ବାତ୍ରା । କିନ୍ତୁ ସିବିଆଇ ଚଢାଇ ପୂର୍ବରୁ ବ୍ୟକ୍ତିଗତ ସମସ୍ୟ ଦେଖାଇ ତିନୋଟି ପଦରୁ ଇସ୍ତଫା ଦେଇଥିଲେ ନରିନ୍ଦର ବାତ୍ରା ।

ଓଡିଶାରେ ହକି ବିଶ୍ୱକପର ଆୟୋଜନରେ ମୁଖ୍ୟ ଭୂମିକା ନେଇଥିଲେ ନରିନ୍ଦର ବାତ୍ରା । ଅତି ଜାକ ଜମକରେ ଓଡିଶାରେ ହକି ବିଶ୍ୱକପ ପାଳନ କରାଯାଇଥିଲା । ହକିକୁ ନେଇ ଦୁର୍ନୀତି ହୋଇଥିବା ଚର୍ଚା ଭିତରେ, ଦୁର୍ନୀତି ନେଇ ରାଜ୍ୟ କ୍ରୀଡା ବିଭାଗର ସମ୍ପୃକ୍ତି ନାହିଁ ବୋଲି କହିଛନ୍ତି କ୍ରୀଡାମନ୍ତ୍ରୀ । କହିଛନ୍ତି ବିଭାଗ ନାଁରେ ଆସିଥିବା ଅଭିଯୋଗ ଆବାସ୍ତବ ଓ ଆମୂଳକ ଅଟେ । ଅଲମ୍ପିକ୍ସ ପାଇଁ ୧୦ ବର୍ଷ ପାଇଁ ସ୍ପୋନ୍ସରସିପ୍ ଯୋଗାଇଦିଆଯାଇଛି ଓ ସାରା ବିଶ୍ୱ ରାଜ୍ୟ ସରକାରଙ୍କୁ ପ୍ରଶଂସା କରୁଛନ୍ତି ।

ଅଲମ୍ପିଆନ ଅସଲାମ ସେର ଖାନଙ୍କ ପିଟିସନର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି । ଆଇଓଏର କୌଣସି କାର୍ଯ୍ୟ ନରିନ୍ଦର କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଲେ କୋର୍ଟ । ତା ସହ ହକି ଇଣ୍ଡିଆର ଆଜୀବନ ସଦସ୍ୟ ନିଯୁକ୍ତିକୁ ମଧ୍ୟ ଅବୈଧ କଲେ ଖଣ୍ଡପୀଠ ।