ମେଡିକାଲ କଲେଜରେ ନାଁ ଲେଖାଇଦେବାକୁ କହି ଠକିନେଲା ଦଲାଲ । ୧୫ ଲକ୍ଷ ଟଙ୍କା ନେଇ ଫେରାର ମାରିଥିବା ସୁନୀଲ ସାମନ୍ତରାୟକୁ ଗିରଫ କଲା ପୋଲିସ ।

130

କନକ ବ୍ୟୁରୋ : ମହଙ୍ଗା ପଡିଲା ମେଡିକାଲ କଲେଜରେ ନାମ ଲେଖାଇ ଦେବାକୁ କହି ଲକ୍ଷ ଲକ୍ଷ ଠକେଇ କରିବା । ତେବେ ଏହାରି ଭିତରେ ଅଭିଯୁକ୍ତ ୧୦ ଲକ୍ଷ ଟଙ୍କା ଫେରାଇ ଦେଇଛି । ଗାଡି ନମ୍ବର ୱାନ, ଠକେଇରେ ବି ବାବୁ ନମ୍ବର ୱାନ୍ । ତେବେ ଏହି ଭିଆଇପି ମାର୍କା ୪୦ ଲକ୍ଷ ଟଙ୍କାର ଭିଆଇପି ଗାଡିରେ ଅଏସ କରୁଥିବା ବାବୁ ଜଣଙ୍କୁ ଘୋଷାଡି ଘୋଷାଡି ପିସିଆର ଭ୍ୟାନକୁ ନେଉଛି ପୁଲିସ । କାହିଁକି ନା ବାବୁ ଜଣଙ୍କ ହେଉଛନ୍ତି ଜଣେ ୪୨୦ ।

ବ୍ରହ୍ମପୁର ଏମକେସିଜିରେ ଏମବିବିଏସରେ ଆଡମିସନ କରାଇ ଦେବାକୁ କହି ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଠକି ନେଇଥିବା ନୟାପଲି ଥାନାରେ ଅଭିଯୋଗ ହୋଇଛି । ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି, ଯେ ସୁନିଲ ସାମନ୍ତରାୟ ନାମକ ଏହି ବ୍ୟକ୍ତି ତାଙ୍କୁ ଠକେଇ କରିଛି ।

ସୁନିଲ ସାମନ୍ତରାୟ ନାଁରେ ପୂର୍ବରୁ ଇନଫୋସିଟି ଓ ଚନ୍ଦ୍ରଶେଖରପୁର ଥାନାରେ ସମାନ ଠକେଇ ଅଭିଯୋଗ ରହିଛି । ଏଭଳି ମାମଲାରେ ପୂର୍ବରୁ ବାବୁ ଗିରଫ ମଧ୍ୟ ହୋଇଛନ୍ତି । ହେଲେ ଲୋକଙ୍କୁ ବୋକା ବନାଇ, ତାଙ୍କ ପଇସାରେ ଅଏସ କରିବାର ନିଶା ଏଯାଏଁ କମିନି । ଜାଲ ମେଡିକାଲ ପ୍ରୋଭିଜିନାଲ୍ ଲେଟର ଜରିଆରେ ଜାଲ ପକାଇଥିବା ସୁନିଲକୁ ରିମାଣ୍ଡରେ ନେଇ ତାର ପୁରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବ ନୟାପଲ୍ଲୀ ପୁଲିସ । ଏପରିକି ଜବତ ହୋଇଥିବା ଡକ୍ୟୁମେଂଟର ଫରେନ୍ସିକ୍ ଯାଂଚ ପାଇଁ ହ୍ୟାଂଡରାଇଟିଂ ବ୍ୟୁରୋକୁ ପଠାଯିବ ।

ସଟ୍ କଟରେ ଟଙ୍କା କମାଇ, ରାତାରାତି କୋଟିପତି ହେବାର ନିଶା, ଆଉ ତା ସାଙ୍ଗରେ ବିଳାଶପୂର୍ଣ୍ଣ ଜୀବନ ଯାପନ କରିବାର ଲାଳସା, ସୁନିଲକୁ ଜେଲର ଅନ୍ଧାର କୋଠରୀ ଭିତରକୁ ଠେଲି ଦେଇଛି ।