ଟେରର୍ ଫଣ୍ଡିଂ ମାମଲା : ୟାସିନ୍ ମଲ୍ଲିକ ଦୋଷୀ ସାବ୍ୟସ୍ତ, ୨୫ରେ ହେବ ଦଣ୍ଡବିଧାନ

108

କନକ ବ୍ୟୁରୋ : ଟେରର୍ ଫଣ୍ଡିଂ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୟାସିନ୍ ମଲ୍ଲିକ । ଏନଆଇଏ କୋର୍ଟ ୟାସିନ୍ ମଲିକଙ୍କୁ ଦୋଷୀ ସାବ୍ୟସ୍ତ କରିଛି । ଦଣ୍ଡବିଧାନ ନେଇ ଆସନ୍ତା ୨୫ ତାରିଖରେ ଫଇସଲା ହେବ । ୟାସିନ୍ ଆତଙ୍କୀ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଚଳିତ ମାସରେ ସ୍ୱୀକାର କରିଥିଲେ । ତାଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର କରିବା ଏବଂ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା ।

ୟାସିନଙ୍କ ଉପରେ ୟୁଏପିଏ ଆଧାରରେ ଯେଉଁସବୁ ଧାରା ଲଗାଯାଇଛି, ତାକୁ ମଧ୍ୟ ସେ ସ୍ୱୀକାର କରିଛନ୍ତି । ୟାସିନଙ୍କ ବିରୋଧରେ ୧୯୯୦ରେ ବାୟୁସେନାର ୪ ଯବାନଙ୍କୁ ହତ୍ୟା କରିବା ଅଭିଯୋଗ ଥିଲା । ଏହାସହ ମୁଫ୍ତି ମହମ୍ମଦ ସଇଦଙ୍କ ଝିଅକୁ ମଧ୍ୟ ଅପହରଣ କରିଥିବା ଅଭିଯୋଗ ରହିଥିଲା । ୨୦୧୭ରେ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ୟାସିନ୍ ଲିପ୍ତ ଥିବା ଅଭିଯୋଗ ହୋଇଥିଲା ।