ଟମାଟୋ ଫ୍ଲୁକୁ ନେଇ ବଢିଲା ଚିନ୍ତା : ଲକ୍ଷଣ କଣ, ଏହା କେତେ ଘାତକ? କଣ କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

250

କନକ ବ୍ୟୁରୋ : ଟମାଟୋ ଫ୍ଲୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି ଏହା ଏକ ଭାଇରାସ ରୋଗ । ଏହାର ଲକ୍ଷଣ ହେଉଛି ପିଲା ଖାଇବ ନାହିଁ । ବାନ୍ତି ହେବା ସହ ଦେହ ହାତ ନାଲି ନାଲି ହୋଇ ଫଳିଯିବ ଏବଂ ଜ୍ୱର ହେବ ।

ରାଜ୍ୟରେ କେତେ କେସ ଏଭଳି ଅଛି ଜାଣିବା ପାଇଁ ମେଡିକାଲ କଲେଜଗୁଡ଼ିକୁ ରିପୋର୍ଟ ମଗାଯାଇଥିଲା । ଆରଏମଆରସି ଏହି ଭାଇରାଲ ଭାଇରସର ଚିହ୍ନଟ କରିବା ନେଇ ନମୁନା ସଂଗ୍ରହ କରାଯାଇ ପଠାଯିବ । ଏହା ହ୍ୟାଣ୍ଡ, ମାଉଥ ଫୁଟ ରୋଗ ବୋଲି ସନ୍ଦେହ କରାଯାଉଛି । ଯାହା ପାଇଁ ଆରଏମଆରସିକୁ ରିପୋର୍ଟ ପଠାଯିବ ।