ଭାରିପଡିଲା ‘ରୋଡ ରେଜ’ ମାମଲା, ସିଦ୍ଧୁଙ୍କୁ ୧ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କଲେ ସୁପ୍ରିମକୋର୍ଟ

464

କନକ ବ୍ୟୁରୋ : ପଞ୍ଜାବ କଂଗ୍ରେସକୁ ପୁଣି ଏକ ଝଟକା ଲାଗିଛି । ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁଙ୍କୁ ୧ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ସୁପ୍ରିମକୋର୍ଟ । କହିରଖୁ କି ୧୯୮୮ ମସିହାରେ ସିଦ୍ଧୁ ଜଣେ ଲୋକଙ୍କୁ ଗାଡି ମଡାଇ ହତ୍ୟା କରିଥିଲେ । ହେଲେ କିଛି ବର୍ଷ ପୂର୍ବରୁ ଏହି ମାମଲାରେ ସିଦ୍ଧୁଙ୍କୁ ଆଶ୍ୱସ୍ଥିି ମିଳିଥିଲା । ହେଲେ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକର ପରିବାର ରିଭ୍ୟୁ ପିଟିସନ ଦାଖଲ କରିଥିଲେ । ଏହି ପିଟିସନ ଉପରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ରାୟ ଦେଇଛନ୍ତି ।

ସୂଚନା ଥାଉକି ୧୯୮୮ ମସିହା ଏପ୍ରିଲ ୨୭ ତାରିଖରେ ସିଦ୍ଧୁ ତାଙ୍କ ବନ୍ଧୁ ରୂପିନ୍ଦର ସିଂ ପଟିଆଲାର ଶୋରାବଲ ମାର୍କେଟ ଗେଟ୍ ନିକଟରେ ପହଂଚିଥିଲେ । ସେଠାରେ କାର ପାର୍କିଂ କରିବାକୁ ନେଇ ଜଣେ ବୃଦ୍ଧଙ୍କ ସହ ତାଙ୍କର ଝଗଡା ହୋଇଥିଲା । ଏହାପରେ ସିଦ୍ଧୁ ସେହି ବୃଦ୍ଧଙ୍କୁ ଆଣଣ୍ଠୁ ମାଧ୍ୟମରେ ଆକ୍ରମଣ କରିଥିଲେ । ଏଥିରେ ବୃଦ୍ଧ ଜଣଙ୍କ ଗୁରୁତର ହୋଇପଡିଥିଲେ । ବୃଦ୍ଧଙ୍କୁ ମେଡିକାଲ ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏନେଇ ସିଦ୍ଧୁ ଓ ତାଙ୍କ ବନ୍ଧୁଙ୍କ ନାମରେ କୋତବାଲି ଥାନାରେ ହତ୍ୟା ମାମଲା ରୁଜୁ ହୋଇଥିଲା । ହେଲେ ୧୯୯୯ ମସିହାରେ ଏହି ମାମଲାକୁ ଖାରଜ କରିଦେଇଥିଲେ ସେଶନ କୋର୍ଟ । ଏହାପରେ ୨୦୦୨ ରେ ଏହି ମାମଲାକୁ ନେଇ ପଞ୍ଜାବ ସରକାର ହାଇକୋର୍ଟରେ ଆବେଦନ କରିଥିଲେ । ୨୦୦୬ ମସିହାରେ ପଞ୍ଜାବ ହାଇକୋର୍ଟ ଶୁଣାଣି କରି ସିଦ୍ଧୁ ଓ ତାଙ୍କ ବନ୍ଧୁଙ୍କୁ ୩ ବର୍ଷ ଲେଖାଏଁ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ପ୍ରସଙ୍ଗରେ ବିରୋଧୀ ସିଦ୍ଧୁଙ୍କୁ ଘେରିବା ପରେ ସେ ଲୋକସଭାରୁ ଇସ୍ତଫା ଦେଇଥିଲେ । ଏହାପରେ ହାଇକୋର୍ଟଙ୍କ ରାୟକୁ ସିଦ୍ଧୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ସିଦ୍ଧୁଙ୍କର ଓକିଲ ଥିଲେ ସ୍ୱର୍ଗତ ବିଜେପି ନେତା ଅରୁଣ ଜେଟଲୀ