ପିସି କାରବାର ନେଇ ତାରାଙ୍କ ମାଡ ତତ୍ତ୍ୱ ! କହିଲେ, ତୃତୀୟ ମହଲାରେ ପଶିକି ଅଫିସରଙ୍କୁ ପିଟିବି . . ଯଦି ସାହସ ଅଛି ଗିରଫ କର

106

କନକ ବ୍ୟୁରୋ : ବିଧାନସଭାରେ ବାରମ୍ବାର ଗୃହ ମୁଲତବୀ ପରେ ଆଜି ସ୍ୱାଭାବିକ ହୋଇଛି ଗୃହ । ଆଜି ଦିନ ତମାମ ଗୃହ ଠିକ୍ ଭାବେ ଚାଲିଥିଲା । ତେବେ ବିଧାନସଭାରେ ଆଜି ଶୂନ୍ୟକାଳରେ ପିସି ପ୍ରସଙ୍ଗ ଉଠାଇ ନରସିଂହ ମିଶ୍ର ଶାସକ ଦଳକୁ ହରଡଘଣାରେ ପକାଇଛନ୍ତି । ଗଣମାଧ୍ୟମରେ ଦାମ ରାଉତଙ୍କ ବୟାନକୁ ସମର୍ଥନ କରିଛନ୍ତି ବିରୋଧୀ ଦଳ ନେତା । ଦାମ ରାଉତ କହିଥିଲେ ଯେ, ପିସି ବନ୍ଦ କରିବା ସମ୍ଭବ ନୁହେଁ ।

n mishraଏହାର ଉଦାହରଣ ନେଇ ନରସିଂହ କହିଛନ୍ତି ଯେ, ବଲାଙ୍ଗୀର ବ୍ଲକରେ ଜଣେ ଦୁର୍ନୀତିଗ୍ରସ୍ତ ଆସିଷ୍ଟାଂଟ ଇଞ୍ଜିନିୟରଙ୍କୁ ଅଣାଗଲା । ଠିକ୍ ଭାବେ କାମ କରୁଥିବା ଯନ୍ତ୍ରୀଙ୍କୁ ସ୍ଥାନୀୟ ସାଂସଦ ବଦଳାଇ ଦେଲେ । ସ୍ଥାନୀୟ ସାଂସଦଙ୍କ ପତ୍ର ଏହା ପ୍ରମାଣିତ କରୁଛି । ସେପଟେ ପିସି ପ୍ରସଙ୍ଗରେ ଦୃତୀୟ ମହଲାକୁ ଟାର୍ଗେଟ କରିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ । ତାରା ପ୍ରସାଦ ବାହିନୀପତି କହିଛନ୍ତି, ତୃତୀୟ ମହଲା ହେଉଛି ଦୁର୍ନୀତିର ଗନ୍ତାଘର । ତୃତୀୟ ମହଲା ଇଂଗିତରେ ଚାଲିଛି ଲାଂଚ କାରବାର । ଆଉ ଏଇଠୁ ହିଁ ଆରମ୍ଭ ହେଉଛି ଦୁର୍ନୀତି । କିନ୍ତୁ ସରକାର ପିସି କାରବାର ବନ୍ଦ କରିବା ନେଇ ଯେଉଁ ବାହାସ୍ପୋଟ ମାରୁଛନ୍ତି ତାହା କୁମ୍ଭୀର କାନ୍ଦଣା ସାଙ୍ଗରେ ସମାନ ।

tara bahini patiଏସବୁ ପରେ ଗୃହରେ ଆରମ୍ଭ ହୋଇଥିଲା ତାରାଙ୍କ ସୋ । ବିଧାନସଭା ମୌସୁମୀ ଅଧିବେଶନ ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟସଚେତକ ତାରା ପ୍ରସାଦ ବାହିନୀପତିଙ୍କ ମାଡ ତତ୍ତ୍ୱକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ତୃତୀୟ ମହାଲାର ଇଂଗିତରେ ପିସି କାରବାର ଚାଲୁଥିବା ତାରା କହିଛନ୍ତି । ଭଲ ଅଫିସଙ୍କୁ ବଦଳି କରି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ନିଯୁକ୍ତି ଦିଆଯାଉଛି । ଶାସକ ଦଳର ନେତାଙ୍କ କହିବା ଅନୁଯାୟୀ, ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ପୋଷ୍ଟିଂ କରାଯାଉଥିବା ବେଳେ ଭଲ ଅଫିସରଙ୍କୁ ନିର୍ଯ୍ୟାତନା ଦିଆଯାଉଛି ।

taraଏପରିକି ରାଜ୍ୟର ସମସ୍ତ ଅଫିସରଙ୍କ ନିଯୁକ୍ତି ଶାସକ ଦଳ ଅନୁଯାୟୀ ହେଉଥିବାର ଅଭିଯୋଗ ଆଣିଛନ୍ତି ତାରା । ଏହାସହ ପିସି କାରବାର ନେଇ ଅଫିସରଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି ତାରା । ଯେହେତୁ ପିସି କାରବାର ଓ ବିଭିନ୍ନ ଦୁର୍ନୀତି ଏହି ତୃତୀୟ ମହଲାରୁ ଆରମ୍ଭ ହେଉଛି ତେଣୁ ବିଧାୟକ ହିସାବରେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ତୃତୀୟ ମହଲାରେ ପଶିକି ପିଟିବେ ବୋଲି କହିଛନ୍ତି ତାରା । ଯଦି ପୋଲିସ ଓ ନବୀନ ବାବୁଙ୍କର ସାହସ ଅଛି ତେବେ ତାଙ୍କୁ ତୃତୀୟ ମହଲାରୁ ଗିରଫ କରନ୍ତୁ ବୋଲି ଖୋଲାଖୋଲି ଆହ୍ୱାନ ଦେଇଛନ୍ତି ତାରା ।