ତାମିଲନାଡୁ କୁଡ୍ଡାଲୋର୍ ଥର୍ମାଲ୍ ପାୱାର୍ ପ୍ଲାଣ୍ଟ୍ ରେ ବିସ୍ଫୋରଣ : ୪ ଜଣଙ୍କ ମୃତ୍ୟୁ , ୧୩ ଗୁରୁତର 

239

ତାମିଲନାଡୁ କୁଡ୍ଡାଲୋର୍ ଜିଲ୍ଲାରେ ଥର୍ମାଲ୍ ପାୱାର୍ ପ୍ଲାଣ୍ଟ୍ ର ବାୟଲର୍ ବିସ୍ପୋଟ ହେବା କାରଣରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୂର୍ଘଟଣାରେ ୧୩ ଜଣ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଚିକିତ୍ସୀତ ହେଉଛନ୍ତି । ତାମିଲନାଡ଼ୁ ରାଜଧାନୀ ଚେନ୍ନାଇରୁ ପାଖାପାଖି ୧୮୦ କି.ମି. ଦୂର କୁଡ୍ଡାଲୋରରେ ଏନଏଲସି ଇଣ୍ଡିଆ ଲିମିଟେଡ଼ର ପାୱାର୍ ପ୍ଲାଣ୍ଟ୍ ରେ ଘଟିଛି ଏହି ଦୂର୍ଘଟଣା । ଅଧିକାରୀଙ୍କ କହିବାନୁସାରେ , ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପାୱାର୍ ପ୍ଲାଣ୍ଟ୍ ର ଜଣେ ଅଧିକାରୀଙ୍କ କହିବାନୁସାରେ , ବାୟଲର୍ ଚାଲୁ ନଥିବା ଅବସ୍ଥାରେ ଏଭଳି ଘଟଣା କେମିତି ଘଟିଲା ଏହାର ଯାଞ୍ଚ୍ କରାଯିବ । ଏହାପୂର୍ବରୁ ମେ’ରେ ଏକ ବାୟଲର୍ ଫାଟିବା ଯୋଗୁଁ ୮ ଜଣ ଶ୍ରମିକ ଜିଅନ୍ତା ଜଳି ଯାଇଥିଲେ । ଏହି ଶ୍ରମିକଙ୍କ ଭିତରେ ନିୟମିତ କର୍ମଚାରୀ ମଧ୍ୟ ସାମିଲ୍ ଥିଲେ । କମ୍ପାନୀ ୩,୯୪୦ ମେଗାୱାଟ୍ ର ବିଜୁଳୀ ଉତ୍ପନ୍ନ କରିଥାଏ ଏବଂ ଯେଉଁ ପ୍ଲାଣ୍ଟରେ ଏହି ଦୂର୍ଘଟଣା ଘଟିଛି ସେଠାରେ ୧,୪୭୦ ମେଗାୱାଟ୍ ବିଜୁଳୀ ଉତ୍ପନ୍ନ ହୋଇଥାଏ ।