୧୪୦୦ ଥର୍ମାଲ ସେନସର, ୧୦୦ ଡ୍ରୋନ, ୫୫୦୦ କ୍ୟାମେରା… ଭାରତ-ପାକ ସୀମାରେ ଇସ୍ରାଇଲ ଭଳି ସୁରକ୍ଷା କବଚ ପ୍ରସ୍ତୁତ

169

କନକ ବ୍ୟୁରୋ: ଭାରତ-ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସୀମାକୁ ଇସ୍ରାଇଲ ଭଳି ଆତ୍ୟାଧୁନିକ କରାଯିବ । ଏଥିପାଇଁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ସୀମାରେ କୋଣଅନୁକୋଣରେ କ୍ୟାମେରା ଲାଗିବ । ଦୂରରୁ ଶତ୍ରୁ ଉପରେ ନଜର ରଖିବା ପାଇଁ ଏହି ତୃତୀୟ ନୟନକୁ ଲଗାଯିବ । ଏହା ହେବା ଦ୍ୱାରା ସୀମା ଉପରେ ସହଜରେ ନଜର ରଖାଯାଇପାରିବ । ଆବଶ୍ୟକ ପଡିଲେ ଗୁଳି ମଧ୍ୟ ଚଳାଯିବ । କାରଣ ସରକାର ପାକିସ୍ତାନ ଏବଂ ବାଂଲାଦେଶକୁ ଲାଗିରହିଥିବା ସୀମାରେ ୫୫୦୦ ସିସି କ୍ୟାମେରା ଲଗାଇବାକୁ ଯାଉଛନ୍ତି । ସରକାର ଏଥିପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏଥିରେ କେବଳ ଯେ ସିସିଟିଭି କ୍ୟାମେରା ଅଛି ତାହା ନୁହେଁ, ଡ୍ରୋନ, ହ୍ୟାଣ୍ଡ ହେଲ୍ଡ ଥର୍ମାଲ ଇମେଜର ମଧ୍ୟ ରହିଛି । ଡ୍ରୋନ ଏବଂ କ୍ୟାମେରା ଦ୍ୱାରା ପୂରା ସୀମା ଉପରେ ନଜର ରଖାଯାଇପାରିବ । ସେହିଭଳି ରାତିରେ ଥର୍ମାଲ ଇମେଜର କାମ କରିବ ।

ବିଏସଏଫର ନିର୍ଦ୍ଦେଶକ ଜେନେରାଲ ପଙ୍କଜ କୁମାର ସିଂହ କହିଛନ୍ତି, ପଶ୍ଚିମ ସୀମା(ପାକିସ୍ତାନ) ପଟରୁ ଅନୁପ୍ରବେଶ ଏବଂ ଅବୈଧ ଗତିବିଧି ବଢିବାରେ ଲାଗିଛି । ଏହା ଆମ ପାଇଁ ବଡ ଚ୍ୟାଲେଞ୍ଜ । ବର୍ତ୍ତମାନ ସୈନ୍ୟବଳ ପାଖରେ ସେହିଭଳି କୌଣସି ସିଷ୍ଟମ ନାହିଁ ଯାହା ପାକିସ୍ତାନ ଡ୍ରୋନକୁ କଡା ଜବାବ ଦେଇପାରିବ ।

ଆଗାମୀ ସମୟରେ ଦେଶର ସୈନ୍ୟବଳକୁ ଶତ୍ରୁର ଡ୍ରୋନକୁ ଖୋଜିବାରେ ଏବଂ ତାକୁ ନଷ୍ଟ କରିବାର କଳାକୁ ଶିଖାଇବା ଉପରେ ଗୁରୁତ୍ୱ ଦିଆଯିବ । ଏଥିପାଇଁ ସୀମାରେ ଯାଞ୍ଚକୁ ବୃଦ୍ଧି କରାଯିବ । ଏଥିପାଇଁ ଅଧିକ ଯାଞ୍ଚ କ୍ୟାମେରା ଏବଂ ଡ୍ରୋନର ଆବଶ୍ୟକତା ରହିଛି । ଏହା ହେବା ଦ୍ୱାରା ପାକିସ୍ତାନ ଏବଂ ବାଂଲାଦେଶର ସୀମାରେ ନଜର ରଖାଯାଇପାରିବ । ବିଏସଏଫକୁ ୫୫୦୦ ସିସିଟିଭି କ୍ୟାମେରା ଏବଂ କିଛି ଅନ୍ୟ ଉପକରଣ ମିଳିଛି । ଏହି ଉପକରଣ ଗୃହ ମନ୍ତ୍ରାଳୟ ଦ୍ୱାରା ଜାରି ୩୦କୋଟି ଟଙ୍କା ପ୍ରଦାନ କରାଯାଇଛି । ବିଏସଏଫ ମଧ୍ୟ କିଛି ଶସ୍ତା ଯାଞ୍ଚ ଉପକରଣ ପ୍ରସ୍ତୁତ କରିଛି । ଏହା ସାହାଯ୍ୟରେ ସୀମାରେ ନଜର ରଖାଯାଇଛି । ବିଏସଏଫ ଏଥିପାଇଁ ଜ୍ଞାନକୌଶଳ ବିକଶିତ କରିଛି କାହିଁକି ନା ବିଦେଶୀ ବିକ୍ରେତା ଏହି ଉପକରଣକୁ ବହୁତ ଅଧିକ ଦାମରେ ବିକ୍ରି କରୁଛନ୍ତି । ଏଥିରେ ଶସ୍ତା ସେନସର ଏବଂ ଯାଞ୍ଚ ଡିଭାଇସ ରହିଛି ।

ବିଏସଏଫ ଯବାନ ପ୍ରତିଦିନ ସୀମାପାରରୁ ଆସୁଥିବା ଡ୍ରୋନକୁ ନଷ୍ଟ କରିବାରେ କ୍ଷମତାବାନ ହେବାରେ ଲାଗିଛନ୍ତି । ସହଜରେ ଡ୍ରୋନକୁ ନଷ୍ଟ କରାଯାଉଛି । ଚଳିତ ବର୍ଷ ସୈନ୍ୟବଳ ପାକିସ୍ତାନ ସୀମାରେ ୧୬ ଡ୍ରୋନ ନଷ୍ଟ କରିସାରିଛନ୍ତି । ଗତ ଏକବର୍ଷ ମଧ୍ୟରେ ଗୋଟିଏ ଅଞ୍ଚଳରେ ଅନେକ ଡ୍ରୋନକୁ ନଷ୍ଟ କରାଯାଇସାରିଛି ।

ବିଏସଏଫର ସୂଚନା ଅନୁସାରେ ପାକିସ୍ତାନ ସୀମା ପାଖରେ ଗତବର୍ଷ ୧୧୪ ଡ୍ରୋନ ଥିଲା । ଚଳିତ ବର୍ଷ ନଭେମ୍ବର ୧୦ ସୁଦ୍ଧା ୨୧୮ଟି ଡ୍ରୋନ ଦେଖାଯାଇସାରିଛି । ଅର୍ଥାତ ଗତବର୍ଷ ତୁଳନାରେ ଚଳିତ ଥର ପାଖାପାଖି ଦୁଇଗୁଣା ଡ୍ରୋନ ଦେଖାଯାଇସାରିଛି । ବର୍ତ୍ତମାନ ଏହା ଗୋଟିଏ ବଡ ଚ୍ୟାଲେଞ୍ଜ । ଏମ୍ସର ସର୍ଭର ଉପରେ ହୋଇଥିବା ସାଇବର ଆଟାକ ଉପରେ ଡିଜି କହିଥିଲେ, ୫ଜି ଜ୍ଞାନକୌଶଳ ଆସିସାରିଛି । ଆମକୁ ବର୍ତ୍ତମାନ ଅଧିକ ସତର୍କ ରହିବାକୁ ପଡିବ । ଜ୍ଞାନକୌଶଳର ସଠିକ ବ୍ୟବହାର କରିବା ସହ ତାକୁ ସୁରକ୍ଷିତ ମଧ୍ୟ କରିବାକୁ ପଡିବ ।