ଅକ୍ଟୋବର ତୁଳନାରେ ନଭେମ୍ବର ମାସରେ ୪ ପ୍ରତିଶତ କମିଲା ଜିଏସଟି ଆଦାୟ, ଜାଣନ୍ତୁ ନଭେମ୍ବର ମାସରେ କେତେ ହୋଇଛି ଆଦାୟ

57

କନକ ବ୍ୟୁରୋ : ନଭେମ୍ବର ମାସରେ ଦେଶରେ ମୋଟ ୧.୪୬ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ହୋଇଛି । ଅକ୍ଟୋବର ମାସ ତୁଳନାରେ ଏହା ୪ ପ୍ରତିଶତ କମ୍ ବୋଲି କୁହାଯାଇଛି । ହେଲେ ଗତବର୍ଷ ନଭେମ୍ବର ମାସରେ ଆଦାୟ ହୋଇଥିବା ଜିଏସଟି ତୁଳନାରେ ଚଳିତ ବର୍ଷ ନଭେମ୍ବର ମାସରେ ୧୧ ପ୍ରତିଶତ ଅଧିକ ଜିଏସଟି ଆଦାୟ ହୋଇଛି । ଏନେଇ ଗୁରୁବାର ଦିନ ଅର୍ଥମନ୍ତ୍ରଣାଳୟ ସୂଚନା ଦେଇଛି । ଚଳିତ ବର୍ଷ ଅକ୍ଟୋବର ମାସରେ ଜିଏସଟି ଆଦାୟ ୧.୫୨ ଲକ୍ଷ କୋଟି ଟଙ୍କା ଥିବା ବେଳେ ଗତବର୍ଷ ନଭେମ୍ବର ମାସରେ ୧.୩୨ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ହୋଇଥିଲା ।

ଅର୍ଥ ମନ୍ତ୍ରଣାଳୟର ସୂଚନା ମୁତାବକ ନଭେମ୍ବର ମାସରେ ମୋଟ ଜିଏସଟି ଆଦାୟ ୧,୪୫,୮୬୭ କୋଟି ଟଙ୍କା ରହିଛି । ଏଥିରୁ କେନ୍ଦ୍ରୀୟ ଜିଏସଟି ବାବଦରେ ୨୫,୬୮୧ କୋଟି, ରାଜ୍ୟ ଜିଏସଟି ୩୨,୬୫୧ କୋଟି, ଏକୀକୃତ ଜିଏସଟି ୭୭,୧୦୩ କୋଟି, ଉପକର ୧୦,୪୩୩ କୋଟି ଆଦାୟ ହୋଇଛି ।

ଅର୍ଥ ମନ୍ତ୍ରଣାଳୟର ସୂଚନା ମୁତାବକ ଗତବର୍ଷ ନଭେମ୍ବରମାସ ତୁଳନାରେ ଚଳିତବର୍ଷ ନଭେମ୍ବର ମାସରେ ୧୧ ପ୍ରତିଶତ ଅଧିକ ଜିଏସଟି ଆଦାୟ ହୋଇଛି । ଗତବର୍ଷ ନଭେମ୍ବର ମାସରେ ମୋଟ ୧,୩୧,୫୨୬ କୋଟି ଟଙ୍କା ଜିଏସଟି ଆଦାୟ ହୋଇଥିଲା ।