ଚଳିତ ସଂସଦ ଅଧିବେଶନରେ ଆଶିପାରେ ଏହି ବିଧେୟକ, ସରକାରୀ କାର୍ଯ୍ୟକ୍ରମରେ ମିଳିବ ନାହିଁ ଆମିଷ

146

କନକ ବ୍ୟୁରୋ : ଆସନ୍ତା ସପ୍ତାହରୁ ସଂସଦରେ ଆରମ୍ଭ ହେବାକୁ ଯାଉଛି ଶୀତକାଳୀନ ଅଧିବେଶନ । ପୂର୍ବଥର ପରି ଚଳିତ ଥର ଶୀତ ଅଧିବେଶନ ବେଶ୍ ତାର୍କିକ ହେବ ବୋଲି ଆକଳନ କରାଯାଉଛି । ଏହାସହ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଆଣିପାରନ୍ତି ବୋଲି ଅନୁମାନ କରାଯାଉଛି । ଏଥିରେ ମୁଖ୍ୟତ ସରକାରୀ କାର୍ଯ୍ୟକ୍ରମରେ ଆମିଷ ଭୋଜନକୁ ନିଷେଧ କରିବା ନେଇ ସରକାର ଏକ ବିଧେୟକ ଆଣିବାକୁ ପ୍ରସ୍ତୁତ ହେଉଥିବା କଥା ଜାତୀୟ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହେଉଛି । ସେପଟେ ପ୍ରାଇଭେଟ ମେମ୍ବରର୍ସ ବିଲ ବି ବିଧେୟକ ତାଲିକାରେ ସାମିଲ ରହିଛି  ।

ଲୋକସଭାର ଅଧିସୂଚନା ମୁତାବକ ଚଳିତ ଶୀତକାଳୀନ ଅଧିବେଶନରେ ମୋଟ ୨୦ ଟି ବିଲ୍ ଉପରେ ଆଲୋଚନା କରିବାକୁ ସୂଚୀବଦ୍ଧ କରାଯାଇଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଦିଲ୍ଲୀର ବିଜେପି ସାଂସଦ ପରବେଶ ସାହିବ ସିଂ ଅଫିସିଆଲ ଗଭରମେଣ୍ଟ ମିଟଙ୍ଗସ ଆଣ୍ଡ ଫଙ୍କସନ ବିଲକୁ ସୂଚୀବଦ୍ଧ କରିଛନ୍ତି । ପରବେଶଙ୍କ ମୁତାବକ ଜର୍ମାନୀର ପର୍ଯ୍ୟାବରଣ ମନ୍ତ୍ରଣାଳୟ ତରଫରୁ ସରକାରୀ କାର୍ଯ୍ୟକ୍ରମରେ ଆମିଷ ଭୋଜନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଏକ ପ୍ରସ୍ତାବ ରଖିଛନ୍ତି । ଏହାଦ୍ୱାରା ଜଳବାୟୁ ଓ ଗ୍ଲୋବାଲ ୱାମିଂ ଉପରେ ସର୍ବାଧିକ ପ୍ରଭାବ ପଡୁଛି ବୋଲି ପରବେଶ କହିଛନ୍ତି ।

ସେପଟେ ବିଜେପିର ଅନ୍ୟଜଣେ ସାଂସଦ ତୀରଥସିଂ ରାୱତ ଦେଶର ସମସ୍ତ ସ୍କୁଲରେ ଯୋଗଶିକ୍ଷାକୁ ବାଧ୍ୟତାମୂଳକ କରିବା ନେଇ ଏକ ବିଧେୟକ ଆଣିବାକୁ ଯୋଜନା କରିଛନ୍ତି ।