‘ନବ ଦାସଙ୍କ ହତ୍ୟା ପଛରେ ଉପକୂଳ ଓଡ଼ିଶାର ପ୍ରଭାବଶାଳୀ ନେତାଙ୍କ ହାତ ଅଛି ‘। ସାଂଘାତିକ ଅଭିଯୋଗ ଆଣିଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ।

217

କନକ ବ୍ୟୁରୋ : ନବ ଦାସଙ୍କ ମୃତ୍ୟୁ ପଛରେ ବଡ ଧରଣର ଷଡଯନ୍ତ୍ର ରହିଛି । ବଡ ବଡ ନେତା ମଧ୍ୟ ଏଥିରେ ସାମିଲ ଅଛନ୍ତି । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ସୁବାଷ କହିଛନ୍ତି, ନବ ଦାସଙ୍କର ବହୁତ ଗୁଡିଏ ବ୍ୟବସାୟ ଥିଲା । ବଡ଼ ସାମ୍ରାଜ୍ୟ ରହିଥିଲା । ପଶ୍ଚିମ ଓଡିଶାର ଟାଣୁଆ ନେତା ଥିଲେ ସେ । ତାଙ୍କ ସାମ୍ରାଜ୍ୟକୁ ଶେଷ କରି ସେଠୁ ଟଙ୍କା କଲେକ୍ସନ କରିବା ପାଇଁ କେହି ଏହି ହତ୍ୟାକାଣ୍ଡ କରାଇଛନ୍ତି । ସମ୍ପୂର୍ଣ୍ଣ ଭାବେ ଷଡ଼ଯନ୍ତ୍ର କରି ନବ ଦାସଙ୍କୁ ମାରି ଦିଆଯାଇଛି । ବ୍ୟବସାୟ ପାଇଁ ତାଙ୍କୁ ପଲିଟିକାଲ ମର୍ଡର କରାଯାଇଛି ।

ନବ ଦାସଙ୍କର ବିଜେନେସ ଯେପରି ଚାଲୁଥିଲା କିଛି ପଲିଟିକାଲ ଲୋକ ସେ ସାମ୍ରାଜ୍ୟକୁ ଅଧିକାର କରିବା ପାଇଁ ଏହି ମର୍ଡର କରିଛନ୍ତି । ଆଉ ବିଜେଡି ଦଳର ହିଁ ନେତା ଏହି ହତ୍ୟାକାଣ୍ଡ ପଛରେ ରହିଛନ୍ତି । ବହୁତ ବଡ଼ ନେତା ଏହି ହତ୍ୟାକାଣ୍ଡ ପଛରେ ଅଛନ୍ତି । ପଶ୍ଚିମ ଓଡିଶାର ନେତା ନୁହେଁ ଉପକୂଳ ଓଡିଶାର ଜଣେ ପ୍ରଭାବଶାଳୀ ନେତା ନବ ଦାସଙ୍କ ହତ୍ୟାକାଣ୍ଡ ପଛରେ ରହିଛନ୍ତି । ସିବିଆଇ ତଦନ୍ତ ହେଲେ ଏ ସବୁ କିଛିର ଗୁମର ଖୋଲିଯିବ ବୋଲି କହିଲେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ । ଗୋପାଳକୁ ଏହି ହତ୍ୟାକାଣ୍ଡରେ କେବଳ ମୋହରା ବନାଯାଇଛି ।

କିଏ ମରିଗଲା କିଏ ହଜିଗଲା ବିଜେଡିର ସେଥିରେ କିଛି ଦୁଃଖ ନଥାଏ । ତାଙ୍କ ଦଳର ଗୋଟିଏ ଚିନ୍ତା କିପରି ନିର୍ବାଚନ ଜିତିବେ । କାହାର ମୃତ୍ୟୁରେ ଟିକିଏ ବି ସମବେଦନା ନାହିଁ । ସମବେଦନା ଯଦି ଥାନ୍ତା ତେବେ କଣ ବିଜେଡି ନେତା ନବ ଦାସଙ୍କ ଏକାଦଶ ପୂର୍ବରୁ ଏମିତି କହିଥାନ୍ତେ । ଏଭଳି କହି ଶାସକ ଦଳକୁ ସମାଲୋଚନା କଲେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ।