ଚିତ୍ରକୋଣ୍ଡାରେ ଆଶ୍ଚର୍ଯ୍ୟ କଲା ଭଳି ଘଟଣା : ପାର୍କିଂରେ ରଖାଯାଇଥିବା ବାଇକ ରାତି ୨ଟାରେ ଆପେ ଆପେ ଗଡିଲା, ସିସିଟିଭିରେ ଦୃଶ୍ୟ କଏଦ

1,455

କନକ ବ୍ୟୁରୋ : ଆପେ ଆପେ ଗଡିଲା ଗାଡି । ରାତି ୨ଟାରେ ବିନା ଷ୍ଟାର୍ଟରେ ଗାଡି ଚାଲୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଘଟଣା ଘଟିଛି ମାଲକାନଗିରି ଚିତ୍ରକୋଣ୍ଡା ଅଞ୍ଚଳରେ । ଏକ ଗ୍ୟାରେଜରେ ଗାଡି ରଖାଯାଇଥିବା ବେଳେ ବିଳମ୍ବିତ ରାତିରେ ଗେଟିଏ ବାଇକ୍ ମନକୁ ମନ ଗଡିବାରେ ଲାଗିଥିଲା । ପାଖରେ ନା ବାଇକ ଚାଳକ ଥିଲେ ନା ଗାଡିକୁ ଷ୍ଟାର୍ଟ କରାଯାଇଥିଲା । ହେଲେ ମଧ୍ୟରାତିରେ ଶୂନଶାନ ସମୟରେ ବାଇକଟି ଗଡିବାରେ ଲାଗିଥିଲା । ଆଉ ସମସ୍ତ ଭିଜୁଆଲ କଏଦ ହୋଇଥିଲା ସିସିଟିଭିରେ । ଯାହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି ।