ସରିନି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦଶାହ କର୍ମ : ବିଜେଡି ବିଧାୟକଙ୍କ ବଢିଲା ଉପନିର୍ବାଚନ ଚିନ୍ତା

250

କନକ ବ୍ୟୁରୋ : ସରିନି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦଶାହ କର୍ମ । କିନ୍ତୁ ବିଜେଡି ବିଧାୟକଙ୍କର ବଢିିଛି ଉପନିର୍ବାଚନ ଚିନ୍ତା । ଶୋକସଭାରେ ରାଉରକେଲା ବିଧାୟକ ଶାରଦା ପ୍ରସନ୍ନ ନାୟକ ଉପନିର୍ବାଚନରେ ଦଳ ବିଜୟ ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । କିନ୍ତୁ ଉପନିର୍ବାଚନରେ ବିଜୟ ବ୍ୟବଧାନ କିଭଳି ଅଧିକ ରହିବ ତାଉପରେ ଗରୁତ୍ୱ ଦେବାକୁ ଉପସ୍ଥିତ ନେତାଙ୍କୁ କହିଛନ୍ତି । ଏବେ ଏହାକୁ ନେଇ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି । ବିଜେଡି ସବୁବେଳେ ନିର୍ବାଚନ କଥା ଚିନ୍ତା କରେ । କିଏ ମରିଗଲେ କିମ୍ବା ଆଉ କଣ ହେଲା ତା ଉପରେ ଗୁରୁତ୍ୱ ଦିଏ ନାହିଁ ବୋଲି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି ।