ପଞ୍ଚାୟତ ବିଭାଜନକୁ ଜୋରଦାର ବିରୋଧ । ରାଜଶ୍ୱ ଗ୍ରାମ ପାଇଁ ସୀମା ନିର୍ଦ୍ଧାରଣ ବେଳେ ଜୋରଦାର ପ୍ରତିବାଦ

 ପୁଲିସ ଜନତା ମୁହାଁମୁହିଁ ପରିସ୍ଥିତି । ଧାରଣାରେ ବସିଲେ ଶହ ଶହ ଲୋକେ

73

କନକ ବ୍ୟୁରୋ : ପଞ୍ଚାୟତ ବିଭାଜନକୁ ବିରୋଧ । ଜଗତସିଂହପୁର ଢ଼ିଙ୍କିଆରେ ରାଜଶ୍ୱ ଗ୍ରାମ ପାଇଁ ସୀମା ନିର୍ଦ୍ଧାରଣ ବେଳେ ଜୋରଦାର ପ୍ରତିବାଦ । ସୂଚନା ଅନୁସାରେ ଢ଼ିଙ୍କିଆ ପାଟଣା ଗାଁରେ ପ୍ରଶାସନ ପକ୍ଷରୁ ରାଜସ୍ୱ ଗ୍ରାମ ନିମନ୍ତେ ସୀମା ନିର୍ଦ୍ଧାରଣ କାର୍ଯ୍ୟ ସରିଥିଲା । ଏହା ପରେ ଆଜି ମାହାଳ ଗାଁରେ ସୀମା ନିର୍ଦ୍ଧାରଣ  ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । କିନ୍ତୁ ଏହାକୁ ବିରୋଧ କରି ଗ୍ରାମର ଶତାଧିକ ଲୋକ ଧାରଣାରେ ବସିଥିଲେ ।

ବ୍ୟାପକ ପୋଲିସ ବ୍ୟବସ୍ଥା ଭିତରେ ମାହାଳ ଗାଁର ସୀମା ନିର୍ଦ୍ଧାରଣ କରିବାକୁ ପ୍ରଶାସନ ଆସୁଥିବାବେଳେ ଗ୍ରାମବାସୀଙ୍କ ବିରୋଧ କରିଥିଲେ ।  ଯାହାକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ପଟେ ପ୍ରଶାସନ ତରଫରୁ ସୀମା ନିର୍ଦ୍ଧାରଣକୁ ନେଇ ପୋଲିସ ପ୍ରଶାସନ ସଜାଗ ରହିଛି । ସେପଟେ ଢ଼ିଙ୍କିଆ ପଂଚାୟତକୁ ଖଣ୍ଡବିଖଣ୍ଡିତ କରିବାକୁ ଦିଆଯିବ ନାହିଁ କହିବା ସହିତ ପ୍ରଶାସନକୁ ଘେରିବା ପାଇଁ ଢ଼ିଙ୍କିଆ ପଂଚାୟତର ଶତାଧିକ ମହିଳା ପୁରୁଷ ଏକଜୁଟ ହୋଇଛନ୍ତି  ।