ଛାରଖାର କରିଦେଲା ସାମୁଦ୍ରିକ ଝଡ ‘ମୋକା’ : ୧୯୫ କିଲୋମିଟର ବେଗରେ ବହିଲା ପବନ; ୫୦୦ ରୋହିଙ୍ଗ୍ୟା କ୍ୟାମ୍ପ ନଷ୍ଟ, ୬ ଜଣଙ୍କ ମୃତ୍ୟୁ

2,946

କନକ ବ୍ୟୁରୋ : ଛାରଖାର କରିଦେଲା ସାମୁଦ୍ରିକ ଝଡ଼ ‘ମୋକା’ । ବାଂଲାଦେଶ ଓ ମିଆଁମାର ଉପକୂଳରେ ମାଡ଼ ହେଲା ଅତ୍ୟନ୍ତ ଭୀଷଣ ସାମୁଦ୍ରକ ଝଡ଼ । କିଛି ସ୍ଥାନରେ ଘଣ୍ଟାପ୍ରତି ୧୯୫ କିଲୋମିଟର ବେଗରେ ପବନ ବହିଲା । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ମିଆଁମାରରେ ପାଖାପାଖି ୬ ଜଣଙ୍କ ଜୀବନ ଯାଇଛି ।

ଗତ ଦୁଇ ଦଶନ୍ଧିରେ ଆସିଥିବା ବାତ୍ୟା ମଧ୍ୟରେ ଏହା ସବୁଠାରୁ ଶକ୍ତିଶାଳୀ ଓ ଭୟଙ୍କର ବୋଲି ବାଂଲାଦେଶ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପ୍ରବଳ ବର୍ଷା ଓ ଝଡ଼ ପବନ ଯୋଗୁଁ ଦୁନିଆର ସବୁଠୁ ବଡ଼ ଶରଣାର୍ଥୀ କ୍ୟାମ୍ପ ମଧ୍ୟରୁ ପ୍ରାୟ ୫୦୦ ରୋହିଙ୍ଗ୍ୟା କ୍ୟାମ୍ପ ନଷ୍ଟ ହୋଇଯାଇଛି । କେତେକ ସ୍ଥାନରେ ଭୂସ୍ଖଳନ ସହ ବନ୍ୟା ସ୍ଥିତି ଦେଖାଦେଇଛି । ବାତ୍ୟା ଯୋଗୁଁ ୨୦ ଲକ୍ଷ ଲୋକ ପ୍ରଭାବିତ ଆଶଙ୍କା ରହିଛି । କୋକ୍ସ ବଜାରରେ ୧୦ ହଜାରରୁ ଅଧିକ ଘର ନଷ୍ଟ ହୋଇଛି ।