ଟ୍ରକକୁ ପିଟିଲା ପିକଅପ୍ ଭ୍ୟାନ୍ : ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ

211

କନକ ବ୍ୟୁରୋ : ଛତିଶଗଡର ବାଲୋଦା ବଜାର ଜିଲ୍ଲାରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ତିନି ଜଣ ଆହତ ହୋଇଥିବା କୁହାଯାଉଛି । ସୂଚନାନୁସାରେ, ଏହି ଦୁର୍ଘଟଣା ଜିଲ୍ଲାର ଖରା ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି । ପାରିବାରିକ କାର୍ଯ୍ୟରେ ଯୋଗଦେବା ପରେ ସମସ୍ତେ ପିକଅପ୍ ଭ୍ୟାନରେ ଘରକୁ ଫେରୁଥିଲେ ।

ଏହି ସମୟରେ ଟ୍ରକ ଏବଂ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଜଣେ ଶିଶୁ ଏବଂ ପାଞ୍ଚ ଜଣ ମହିଳା ଅଛନ୍ତି ବୋଲି କୁହାଯାଉଛି । ଯାହାଙ୍କ ନାମ ଧନେଶ୍ୱରୀ, ପ୍ରଭା, ଧନେଶ୍ୱରୀଙ୍କ ମାଆ ଘନଶ୍ୟାମ, ଶାନ୍ତି ଏବଂ ହେମା ବୋଲି କୁହାଯାଉଛି । ପୋଲିସ  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।