ଆରୟନଙ୍କ ମାମଲାରେ ଆଜି କୋର୍ଟରେ ହେବ ଶୁଣାଣି । ଜାମିନ ମିଳିବା ନେଇ ଆଶା, କୋର୍ଟରେ ପହଂଚିଲେ ଆରୟନଙ୍କ ଓକିଲ

58

କନକ ବ୍ୟୁରୋ : ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆରୟନଙ୍କ ଜାମିନ ଆବେଦନ ଉପରେ ଆଜି କୋର୍ଟରେ ଶୁଣାଣି ହେବ । ଏନେଇ ଆରୟନଙ୍କ ମମଲା ଲଢୁଥିବା ବରିଷ୍ଠ ଓକିଲ ସତୀଶ ମାନଶିନେ୍ଧ ଓ ଅମିତ ଦେଶାଇ କୋର୍ଟରେ ପହଂଚିଛନ୍ତି । ସେପଟେ ଆରୟନଙ୍କୁ କୋର୍ଟ ଜାମିନ ଦେବେ କି ନାହିଁ ତା ଉପରେ ସାରା ଦେଶବାସୀଙ୍କ ନଜର ରହିଛି ।

ଏହା ପୂର୍ବରୁ ଅକ୍ଟୋବର ୮ ତାରିଖରେ ମୁମ୍ବାଇର ମାଜିଷ୍ଟେଟ୍ କୋର୍ଟ ଆରୟନଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ । ମାଜିଷ୍ଟେଟ୍ ଆରଏନ ନେରଲିକର ଆରୟନଙ୍କ ଓକିଲ ଓ ଏନସିବି ଓକିଲଙ୍କ ମଧ୍ୟରେ ଦୀର୍ଘ ସମୟ ଯୁକ୍ତି ଶୁଣିବା ପରେ ଏଭଳି ନିଷ୍ପତ୍ତି ନେଇଥିଲେ । ମାଜିଷ୍ଟେଟ ଆରୟନ ସମେତ ଅନ୍ୟ ଦୁଇଟି ଯାଚିକାକୁ ବି ଖାରଜ କରିଦେଇଥିଲେ । କୋର୍ଟ କହିଥିଲେ କି ଏହି ମାମଲା ମେଣ୍ଟନେଏବଲ ନୁହେଁ ।

କହିରଖୁ କି ମୁମ୍ବାଇର ସମୁଦ୍ର ଭିତରେ ରେଭ୍ ପାର୍ଟି କରୁଥିବା ବେଳେ କିଛି ମାଦକଦର୍ବ୍ୟ ସହ ଶାହାରୁଖଙ୍କ ପୁଅ ଆରୟନ ସମେତ ଅନ୍ୟ କିଛି ଲୋକଙ୍କୁ ଗିରଫ୍ କରାଯାଇଥିଲା । ସେମାନଙ୍କ ଠାରୁ ବି ମାଦକଦର୍ବ୍ୟ ଜବତ୍ କରିଥିଲା ଏନସିବି । ଏହାପରେ ଏହି ମାମଲାରେ ମୋଟ ୨୦ ଜଣଙ୍କୁ ଏନସିବି ପକ୍ଷରୁ ଗିରଫ୍ କରାଯାଇଛି ।