ବରିଷ୍ଠ ସାମ୍ବାଦିକଙ୍କ ପୁଅ ମନିଷଙ୍କ ମୃତ୍ୟୁ ମାମଲା : ମୃତ୍ୟୁ ପୂର୍ବ ରାତିରେ କ’ଣ ଘଟିଥିଲା?

358

କନକ ବ୍ୟୁରୋ : ଏବେ ବି ସନ୍ଦେହ ଘେରରେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗ ମୃତ୍ୟୁ । ମୃତ୍ୟୁର କାରଣ ନେଇ ପୁଲିସ ଛାନଭିନ କରୁଛି । ଗତକାଲି ମନିଷଙ୍କ ମୃତଦେହ ଭୁବନେଶ୍ୱର ଉପକଣ୍ଠ ପାତ୍ରପଡା ପୋଖରୀରୁ ମିଳିଥିଲା । ଶନିବାର ରାତି ପ୍ରାୟ ୧୧ଟାରୁ ସେ ନିଖୋଜ ଥିଲେ । ଚନ୍ଦ୍ରଶେଖରପୁର ଶ୍ରୀବିହାର ଅଂଚଳରୁ ମନିଷଙ୍କୁ କେହି ଅପହରଣ କରି ନେଇଥିବା ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ ତାଙ୍କ ପରିବାର ଲୋକ ।

ତାଙ୍କୁ ଦୁଇ ଯୁବକ ଉଠାଇ ନେବା ସହ ମାରପିଟ୍ କରିଥିଲେ ବୋଲି ଅଭିଯୋଗରେ ଦର୍ଶାଇଥିଲେ । ଏନେଇ ଇନଫୋସିଟି ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାବେଳେ ପାତ୍ରପଡାରୁ ଠାବ ହୋଇଥିଲା ମନିଷଙ୍କ ମୃତ ଦେହବ । ମନିଷଙ୍କ ମୃତ ଦେହ ମିଳିବା ପରେ ତମାଣ୍ଡୋ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ମନିଷଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି ।

ମୃତ୍ୟୁ ପୂର୍ବ ରାତିରେ କଣ ଘଟିଥିଲା ?

-ଶନିବାର ଦିନରେ ମନୀଷ ବାହାଘର ଡ୍ରେସ କିଣିବାକୁ ବଜାରକୁ ଯାଇଥିଲେ
-ସନ୍ଧ୍ୟାସୁଦ୍ଧା ଘରକୁ ଫେରିନଥିଲେ
-ରାତି ୧୧ଟାରେ ଘରକୁ ଫୋନ କରି କହିଥିଲେ ଫେରିବାରେ ବିଳମ୍ବ ହେବ
-କିଛି ସମୟରେ ମାଆଙ୍କୁ ଫୋନ କରି ଅପହରଣ କରିବା କଥା କହିଥିଲା
-ଟଙ୍କା ଦାବି କରି ଅପହରଣକାରୀ ମାରପିଟ କରୁଛନ୍ତି ବୋଲି କହିଥିଲେ
-ପରିବାର ପକ୍ଷରୁ ଇନଫୋସିଟି ଥାନାକୁ ଜଣାଇଦିଆଯାଇଥିଲା
-ପୁଲିସ ମୋବାଇଲ ନମ୍ବର ଟ୍ରାକ କରିଥିଲା, ତମାଣ୍ଡୋ ଅଂଚଳରେ ସକ୍ରିୟ ଥିବା ଜଣାପଡିଥିଲା
-ମନୀଷଙ୍କ ମାଆ ଅନଲାଇନରେ କିଛି ଟଙ୍କା ପଠାଇଥିଲେ
-୪ଟା ପରେ ଶେଷଥର ଘର ଲୋକଙ୍କ ସହ କଥା ହୋଇଥିଲେ ମନୀଷ
-କିଛି ସମୟ ପରେ ଫୋନ ସୁଇଚ ଅଫ ଆସିଥିଲା