ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ବସ୍ତୁମାନଙ୍କରେ ଲୁଚି ରହିଥିବା କିଛି ଏଭଳି ରହସ୍ୟ ! ଯାହା ଆପଣ କେବେ କଳ୍ପନା ବି କରିପାରିବେ ନାହିଁ

68

ସାଧାରଣତଃ ଆମେ ଆମ ଦୈନନ୍ଦିନ ଜୀବନରେ ଅନେକ ପ୍ରକାର ବସ୍ତୁ ତଥା ଜିନିଷ ବ୍ୟବହାର କରିଥାନ୍ତି । କିନ୍ତୁ ସେଗୁଡିକର ବ୍ୟବହାର ସମୟରେ ଆମେ ଏକଥା ବୁଝି ପାରିନଥାନ୍ତି କି, ସେଥିରେ ବିଭିନ୍ନ ପ୍ରକାରର ଫିଚର ରହିଥାଏ । ଯାହା ସଂପର୍କରେ ଆମକୁ ଆଦୌ କୌଣସି ଜ୍ଞାନ ନଥାଏ । ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଜିନିଷ ସଂପର୍କରେ କହିବାକୁ ଯାଉଛୁ ଯାହାକୁ ଆମେ ତ ପ୍ରତିଦିନ ବ୍ୟବହାର କରିଥାଉ କିନ୍ତୁ ସେଥିରେ ଦର୍ଶାଯାଇଥିବା ସଂକେତକୁ ବୁଝିପାରି ନଥାଉ । ଆସନ୍ତୁ ଜାଣିବା ।

ଜିନ୍ସ ପ୍ୟାଂଟରେ ଥିବା ଛୋଟ ପକେଟ୍

ସାଧାରଣତଃ ଆପଣ ଦେଖିଥିବେ କି ଆପଣ ପିନ୍ଧୁଥିବା ଜିନ୍ସ ପ୍ୟାଂଟରେ ଅନେକ ପକେଟ୍ ରହିଥିଲେ ମଧ୍ୟ ସେଗୁଡିକ ମଧ୍ୟରେ ବି ଏକ ଛୋଟ ପକେଟ୍ ରହିଇଥାଏ । ତେବେ ଏହା ଏଥିପାଇଁ ଥାଏ କି, ସେଥିରେ ଆପଣ ଆପଣଙ୍କ ହାତ ଘଂଟା ରଖି ପାରିବେ ।

କଲମ ଠିପିରେ ଥିବା ଛିଦ୍ର

ଏହି ଛିଦ୍ରକୁ ଜୀବନ ରକ୍ଷକ ଛିଦ୍ର ବୋଲି ବିଶ୍ୱାସ କରାଯାଏ । ତେବେ ଏହା ଏଥିପାଇଁ ରଖାଯାଇଥାଏ, ଯଦି କୌଣସି ଶିଶୁ କଲମକୁ ମୁହଁ କିମ୍ବା ପାଟିରେ ପୁରାଇ ଦିଏ ତେବେ ତାକୁ କୌଣସି ଆଘାତ ଲାଗି ନଥାଏ ।

ବୋତଲ ଠିପିରେ ଲାଗି ଥିବା ପ୍ଲାଷ୍ଟିକ୍ ଲାଇନର

ଏହି ଲାଇନର ପାଣିର ଶୁଦ୍ଧତାକୁ ଏବଂ ସତେଜତାକୁ ବଜାୟ ରଖିବାକୁ ଦିଆଯାଇଥାଏ ।

ଆଇଫୋନରେ ଥିବା ଛୋଟ ଛିଦ୍ର

ଆଇଫୋନରେ ଦେଖାଯାଉଥିବା ଏକ ଛୋଟ ଛିଦ୍ରଟି ବାସ୍ତବରେ କୌଣସି ଛିଦ୍ର ହୋଇ ନଥାଏ ବରଂ ଏହା ମାଇକ୍ରୋଫୋନ୍ ଅଟେ ।

ବାସନ ହ୍ୟାଣ୍ଡେଲରେ ଥିବା ଛିଦ୍ର

ତେବେ ଏହା ବାସନଗୁଡିକୁ କୌଣସି ଉଚ୍ଚ ସ୍ଥାନରେ ଟାଙ୍ଗିବାକୁ ରଖାଯାଇଥାଏ ।

ଏହାସହ ମଧ୍ୟ ପଢନ୍ତୁ-ହଜାର ହଜାର ସୈନକ ପ୍ରାଣ ହାରିଥିଲେ ମହାଭାରତ ଯୁଦ୍ଧରେ, କିନ୍ତୁ ଜଣଙ୍କର ବି ମିଳି ନଥିଲା ମୃତଦେହ ! ଜାଣନ୍ତୁ କାହିଁକି