୨୦୧୯-ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆରେ ଯୁବରାଜଙ୍କ ସ୍ଥାନ ନେଇପାରନ୍ତି ଏହି ଖେଳାଳି !

27

ଚାମ୍ପିଅନସିପ୍ ଟ୍ରଫି ଅବସରରେ ବାଙ୍ଗଲାଦେଶ ବିପକ୍ଷରେ ୩୦୦ତମ ୱାନଡେ ମ୍ୟାଚ୍ ଖେଳିଥିବା ଯୁବରାଜ୍ ସିଂହଙ୍କ ଯାଦୁ ଦିନକୁ ଦିନ ଫିକା ପଡିବାରେ ଲାଗିଛି । ନିଜ ଅଲରାଉଣ୍ଡର ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆକୁ ୨୦୧୧ରେ ବିଶ୍ୱ ଚାମ୍ପିଅନସିପର ତାଜ୍ ଦେଇଥିବା ଯୁବରାଜ ଅନେକ ଥର ପ୍ରମାଣ କରିସାରିଛନ୍ତି ସେ ଜଣେ ମ୍ୟାଚ୍ ୱିନର ବୋଲି । କିନ୍ତୁ ବର୍ତ୍ତମାନ ଯୁବରାଜଙ୍କଠାରେ ଆଉ ପୂର୍ବ ଭଳି ଜୋସ୍ ଦେଖିବାକୁ ମିଳୁନାହିଁ । ଯେଉଁ କାରଣରୁ ଭାରତୀୟ ଦଳକୁ ବାରମ୍ବାର ପରାସ୍ତର ମୁହଁକି ଦେଖିବାକୁ ମିଳୁଛି ।

୨୦୧୧ ବିଶ୍ୱକପ ପରେ ଯୁବାରଜଙ୍କୁ କ୍ୟାନସର ରୋଗର ସାମ୍ନା କରିବାକୁ ପଡିଥିଲା । ଯାହା ବଦଳାଇ ଦେଇଥିଲା ଯୁବରାଜଙ୍କ ଭାଗ୍ୟ । କାରଣ ଦମଦାର ତରିକାରେ ସେ ଦଳକୁ ଫେରିଥିଲେ ସତ କିନ୍ତୁ ତାହା ସବୁଦିନ ପାଇଁ ଚାଲି ନଥିଲା । ବଦଳି ଯାଇଥିଲା ଯୁବରାଜଙ୍କ ଖେଳିବାର ଢଙ୍ଗ । ଆଉ ମଇଦାନରେ ସେ ହୋଇଥିଲେ ଫ୍ଲଫ୍ । ଖାଲି ସେତିକି ନୁହେଁ ଏଥିପାଇଁ ତାଙ୍କୁ ଦଳରୁ ବାରମ୍ବାର ବାହର କରିଦିଆଯାଉଥିଲା । ତେବେ ବହୁ ବାଦବିବାଦ ପରେ ସେ ଏକ ମ୍ୟାଚରେ ଦମଦାର ଖେଳ ପ୍ରଦର୍ଶନ କରନ୍ତି କିନ୍ତୁ ପରବର୍ତ୍ତି ସମୟରେ ଯୁବାରାଜଙ୍କ ବ୍ୟାଟ୍ ଆଉ ତାଙ୍କ ବୋଲ୍ ମାନି ନଥିଲା ।

୨୦୧୭ର ଆରମ୍ଭରେ ଇଂଲଣ୍ଡ ବିପକ୍ଷରେ ଘରୋଇ ସିରିଜରେ ଯୁବରାଜଙ୍କୁ ଦଳରେ ଖେଳିବାକୁ ପୁଣି ଥରେ ସୁଯୋଗ ଦିଆଯାଇଥିଲା ଏବଂ ଯୁବରାଜ୍ ମଧ୍ୟ ନିଜ ଫ୍ୟାନ୍ସଙ୍କ ଆଶାକୁ ସଫଳ କରିବାରେ ସକ୍ଷମ ହୋଇଥିଲେ । ଶାନଦାର ବ୍ୟାଟିଂ ତଥା ଭଲ ପ୍ରଦର୍ଶନ କରି ସେ ହାସଲ କରିଥିଲେ ୧୫୦ ରନ୍ । ଏହାପରେ ପୁଣି ଥରେ ତାଙ୍କୁ ଚାମ୍ପିୟନସିପ୍ ଟ୍ରିଫିରେ ସାମିଲ ହେବାକୁ ସୁଯୋଗ ମିଳିଲା । ଯେଉଁଥିରେ ସେ ପାକିସ୍ତାନ ବିରୋଧରେ ଖେଳି ମ୍ୟାଚକୁ ଜିତାଇବାରେ ସହଯୋଗ କରିଥିଲେ ଓ ଜିତିଥିଲେ ମ୍ୟାନ୍ ଅଫ୍ ଦ ମ୍ୟାଚର ତାଜ୍ । କିନ୍ତୁ ଏହାପରେ ତାଙ୍କ ବ୍ୟାଟର ଯାଦୁ ଆଉ ଦେଖିବାକୁ ମିଳି ନଥିଲା । ଶ୍ରୀଲଙ୍କା ଏବଂ ପାକିସ୍ତାନ ବିପକ୍ଷରେ ତାଙ୍କର ବ୍ୟାଟ୍ ଆଉ ଚାଲି ନଥିଲା ଏବଂ ଟିମ୍ ଇଣ୍ଡିଆକୁ ଏହି ମ୍ୟାଚ ନେଇ ଯାଇଥିଲା ପରାସ୍ତର ଦ୍ୱାରଦେଶକୁ ।

ଦିନ ଥିଲା ବିଶ୍ୱର ସବୁଠାରୁ ଭଲ ପ୍ରଦର୍ଶନ କରୁଥିବା ଫିଲ୍ଡର୍ସଙ୍କ ମଧ୍ୟରେ ଯୁବରାଜଙ୍କ ନାଁ ଥିଲା ଶୀର୍ଷରେ ମାତ୍ର ବର୍ତ୍ତମାନ ତାଙ୍କର ସେହି ଜଲବା ଆଉ ଦେଖିବାକୁ ପାଉନାହିାଁନ୍ତି କ୍ରିକେଟ ପ୍ରେମୀ । ଇତି ମଧ୍ୟରେ ସେ ୨୦୧୯ ବିଶ୍ୱକପରେ ଖେଳିବାକୁ ନେଇ ପ୍ରଶ୍ନ ଉଠିଛି । ତେବେ ସମ୍ଭବତଃ ସେ ଅଗାମୀ ବିଶ୍ୱକପରେ ଟିମ୍ ଇଣ୍ଡିଆରେ ସାମିଲ ହୋଇ ନପାରନ୍ତି । ଏଭଳି ପରିସ୍ଥିତିରେ ସେଭଳି କେଉଁ ଖେଳାଳିମାନେ ଅଛନ୍ତି ଯିଏକି ଟିମ୍ ଇଣ୍ଡିଆରେ ଯୁବରାଜଙ୍କ ସ୍ଥାନ ଭରଣ କରିପାରିବେ । କାରଣ ଆଗାମୀ ବିଶ୍ୱକପ ପାଇଁ ବାକି ରହିଛି ମାତ୍ର ଅଳ୍ପ କିଛି ଦିନ । ତେବେ ଆସନ୍ତୁ ନଜର ପକାଇବା ସେହି ଖେଳାଳିଙ୍କ ଉପରେ ଯେଉଁମାନେ ୨୦୧୯ରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱକପରେ ସାମିଲ ହୋଇପାରନ୍ତି ।

ସୁରେଶ ରାଇନା

ଯୁବରାଜଙ୍କ ସ୍ଥାନରେ ସୁରେଶ ରାଇନା ୨୦୧୯ର ବିଶ୍ୱକପରେ ଟିମ୍ ଇଣ୍ଡିଆରେ ନଜର ଆସିପାରନ୍ତି । ତାଙ୍କର ପାରଦର୍ଶିତା ଭାରତୀୟ ଦଳ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିପାରେ । ଗତ କିଛି ସମୟ ହେଲା ସେ ଦଳ ସହିତ ଜଡିତ ରହିଛନ୍ତି । ସେ ଅନେକ ଥର ବିପରୀତ ପରିସ୍ଥିତିଗୁଡିକରେ ଦଳକୁ ନିଜର ଦମଦାର ବ୍ୟାଟିଂ ବଳରେ ବିଜୟ ପଥରେ ନେବାରେ ସକ୍ଷମ ହୋଇଛନ୍ତି । ତେଣୁ ଏଥିପାଇଁ ତାଙ୍କୁ ବିଶ୍ୱକପରେ ସାମିଲ କରାଯାଇପାରେ ବୋଲି ଶୁଣିବାକୁ ମିଳିଛି ।

ଦିନେସ କାର୍ତ୍ତିକ୍

ଚାମ୍ପିଅନ୍ସ ଟ୍ରଫିର ଶେଷ ମୁହୂର୍ତ୍ତରେ ମନୀଷ ପାଣ୍ଡେଙ୍କ ଜାଗାରେ ଦିନେସ କାର୍ତ୍ତିକଙ୍କୁ ଦଳରେ ସାମିଲ କରାଯାଇଥିଲା । ସେ ବାଙ୍ଗଲାଦେଶ ବିପକ୍ଷରେ ଖେଳିବା ପୂର୍ବରୁ ହିଁ ଅଭ୍ୟାସ ମ୍ୟାଚରେ ୯୪ ରନ୍ ପାର କରି ପ୍ରମାଣିତ କରି ଦେଇଥିଲେ କି ସେ ଜଣେ ଭଲ ଖେଳାଳି ବୋଲି । ଦିନେସ ବିଭିନ୍ନ ଘରୋଇ କ୍ରିକେଟ୍ ମ୍ୟାଚରେ ଭଲ ପ୍ରଦର୍ଶନ କରିସାରିଛନ୍ତି । ଯେଉଁଥିପାଇଁ ତାଙ୍କୁ ବିଶ୍ୱକପରେ ଖେଳିବାକୁ ଚୟନ କରାଯାଇପାରେ ବୋଲି ଶୁଣିବାକୁ ମିଳିଛି ।

ମନୀଷ ପାଣ୍ଡେ

ମନୀଷ ପାଣ୍ଡେ ଭାରତୀୟ ଦଳର ସେହି ଯୁବ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ଯିଏ କି ଗତ କିଛି ଦିନ ହେଲା ଘରୋଇ ମ୍ୟାଚରେ ଦମଦାର ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି । କିନ୍ତୁ ଏଯାବତ୍ ଟିମ୍ ଇଣ୍ଡିଆରେ ନିଜର ସ୍ଥାନ ପକ୍କା କରିପାରି ନାହାଁନ୍ତି ମନୀଷ । ୨୦୧୬ରେ ପାଣ୍ଡେ ଅଷ୍ଟ୍ରେଲିଆ ବିପକ୍ଷରେ ୱାନଡେ ମ୍ୟାଚ ଖେଳି ଶତକ କରି ଅନ୍ତରାଷ୍ଟ୍ରୀୟ ସ୍ଥରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ମାତ୍ର ପରବର୍ତ୍ତି ସମୟରେ ଆହତ ହେବା କାରଣରୁ ତାଙ୍କ ପାଇଁ ଏହା ଏକ ସମସ୍ୟା ସୃଷ୍ଟି କରିଥିଲା । ତେବେ ଏସବୁ ସତ୍ୱେ ମଧ୍ୟ ସମ୍ଭବତଃ ତାଙ୍କୁ ପୁଣି ଥରେ ଦଳରେ ସାମିଲ ହେବାକୁ ସୁଯୋଗ ଦିଆଯାଇପାରେ ।

ଋଷଭ ପନ୍ତ

ଭାରତୀୟ ଦଳରେ ୱେଷ୍ଟଣ୍ଡିଜ୍ ବିପକ୍ଷରେ ଖେଳିବା ପାଇଁ ସାମିଲ ହୋଇଥିବା ଯୁବ ଖେଳାଳି ଋଷଭ ପନ୍ତ ଜଣେ ଏଭଳି ଖେଳାଳି ଯିଏ କି ଯୁବରାଜ ଭଳି ବିନାବାଧା ତଥା ବିନ୍ଦାସରେ ବ୍ୟାଟିଂ କରନ୍ତି । ତେବେ ବାମ ହାତରେ ବ୍ୟାଟିଂ କରୁଥିବା ଋଷଭଙ୍କ ଦମଦାର ଅନ୍ଦାଜ୍ ସମସ୍ତଙ୍କୁ କରିଛି ଆକୃଷ୍ଟ । ସେ ଆଇପିଏଲରେ ଗୁଜୁରାଟ ବିପକ୍ଷରେ ମ୍ୟାଚ୍ ଖେଳି ୯୬ ରନ୍ ହାସଲ କରି ଚର୍ଚ୍ଚିତ ରହିଥିଲେ । ଯେଉଁଥି ପାଇଁ ସମ୍ଭବତଃ ତାଙ୍କୁ ୨୦୧୯ରେ ହେବାକୁ ଯାଉଥିବା ବିଶ୍ୱକପରେ ସାମିଲ କରାଯାଇପାରେ ।

ସୌଜନ୍ୟ: ଅମର ଉଜାଲା

ଏହାସହ ମଧ୍ୟ ପଢନ୍ତୁ- ‘୨୫ ଜୁନ୍’ ! ଗୋଟିଏ ତାରିଖ ଯାହା ଦୁଇଥର ଲେଖିଲା ଭାରତୀୟ କ୍ରିକେଟର ଇତିହାସ