ଠାକୁରଙ୍କ ରାଣ ଆମକୁ ସାହାର୍ଯ୍ୟ କରନ୍ତୁ : ଗଣମାଧ୍ୟମରେ ସିରିଆର ଘୌଟା ପିଲାମାନଙ୍କର ଆକୁଳ ନିବେଦନ

83

ସିରିଆର ପୂର୍ବାଞ୍ଚଳ ଘୌଟା ଅଞ୍ଚଳରେ ଲଢ଼େଇ ଲାଗି ପିଲାଙ୍କ ସମେତ ପ୍ରାୟ ୬୦୦ ଲୋକଙ୍କର ମୃତ୍ୟୁ ଘଟିଲାଣି। ସଦ୍ୟତମ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପରିସ୍ଥିତି ସାଙ୍ଘାତିକରୁ ଅଧିକ ହୋଇ ଯାଇଥିବାରୁ ଲୋକେ ସେ ଅଞ୍ଚଳ ଛାଡ଼ି ପଳାଉଛନ୍ତି। ୨୦୧୩ ମସିହାରୁ ଘୌଟାକୁ ବେଢ଼ି ରହିଛନ୍ତି ଅସାଦଙ୍କ ସେନାବାହିନୀ । କିନ୍ତୁ ଗତ ଦୁଇ ସପ୍ତାହ ହେବ ଘୌଟାରେ ଅସାଦଙ୍କ ସୈନିକମାନେ ଭୀଷଣ ବୋମା ମାଡ଼ କରୁଛନ୍ତି ।

ସିରିଆ ସୈନ୍ୟବାହିନୀ କହିବା ଅନୁସାରେ, ବିଦ୍ରୋହୀ ଦଳଙ୍କ ଠାରୁ ସେ ଅଞ୍ଚଳକୁ ପୁଣି ଥରେ ଅକ୍ତିଆର କରିବାକୁ ଘୌଟା ବୋମାବର୍ଷଣ ହେଉଛି ଚୂଡ଼ାନ୍ତ ଆକ୍ରମଣ। ଘୌଟାରେ ସାଧାରଣ ନାଗରିକ ଆତଙ୍କରେ ମଧ୍ୟରେ ଥିବାବେଳେ ବହୁସଂଖ୍ୟକ ସିରୀୟ ପିଲା ଘୌଟାର ନିଷ୍ଠୁର ବାସ୍ତବତା ବିଶ୍ୱକୁ ଜଣାଇ ସହାୟତା ପାଇଁ ସାମାଜିକ ଗଣମାଧ୍ୟମର ସହାୟତା ନେଇଛନ୍ତି ।ପନ୍ଦର ବର୍ଷିୟ ସିରୀୟ ବାଳକ ମହମ୍ମଦ ନାଜେମ୍ ଘୌଟା ଧ୍ୱଂସାବଳୀର ଫଟୋ ଏବଂ ଭିଡିଓ ପୋଷ୍ଟ୍ କରୁଛନ୍ତି । ସେଥିରେ ଘରବାଡ଼ି ଧ୍ୱଂସ ପାଉଥିବାର ଦୃଶ୍ୟ ରହିଛି । ତାଙ୍କ ବନ୍ଧୁ ଏବଂ ଆତ୍ମୀୟମାନଙ୍କର କଥା ମଧ୍ୟ ସେ ପୋଷ୍ଟ୍ କରିଛନ୍ତି । ସଦ୍ୟତମ ପୋଷ୍ଟରେ ନାଜେମ୍ ଲେଖିଛନ୍ତି ଯେ, ପୁତିନ୍ ଏବଂ ଅସାଦଙ୍କ ଅପରାଧ ପାଇଁ ତାଙ୍କ ସ୍କୁଲ୍ ଆକ୍ରମଣର ଶିକାର ହୋଇଛି । ନାଜେମ୍ ୨୦୧୭ ଡିସେମ୍ବର ମାସରୁ ଟୁଇଟରରେ ଯୋଗ ଦେଇଛନ୍ତି । ସେବେଠାରୁ ସେ ପୂର୍ବ ଘୌଟାରେ ଲୋକେ ସମ୍ମୁଖୀନ ହେଉଥିବା ଆତଙ୍କର ଫଟୋ ଓ ଭିଡିଓ ପୋଷ୍ଟ୍ କରି ଆସୁଛନ୍ତି ।

ସେ ଲେଖିଛନ୍ତି: ମୁଁ ମହମ୍ମଦ ନାଜେମ୍। ମୋତେ ୧୫ ବର୍ଷ । ମୁଁ ପୂର୍ବ ଘୌଟାରେ ବାସ କରେ । ପୂର୍ବ ଘୌଟାରେ ଅସାଦଙ୍କ ଶାସନ କରୁଥିବା ସବୁ ଘଟଣା ମୋ ନିଜ ସାମାଜିକ ଗଣମାଧ୍ୟମ ଫେସବୁକ ଏବଂ ଟୁଇଟର୍ରେ ମୁଁ ଆପଣମାନଙ୍କୁ ଜଣାଇବି । ନାଜେମଙ୍କ ପୋଷ୍ଟ୍ ସବୁ ହେଉଛି ପୂର୍ବ ଘୌଟା ପରିସ୍ଥିତର ସ୍ମାରକୀ । ଘୌଟାର ଜନସାଧାରଣଙ୍କ ଠାରୁ ଶାନ୍ତିରେ ବଞ୍ଚିବା ଭଳି ମୌଳିକ ମାନବିକ ଅଧିକାର ଲୁଟି ନିଆଯାଇଛି । ବିଶ୍ୱ ଏଥିପାଇଁ କିଛି କରୁନାହିଁ ।

ଅନ୍ୟ ଏକ ପୋଷ୍ଟରେ ନାଜେମ୍ ନିଜର ଜଣେ ବନ୍ଧୁ ଓ ତାଙ୍କ ପରିବାର କେମିତି ବୋମା ମାଡ଼ରେ ନିହତ ହେଲେ ତାହା କହିଛନ୍ତି। ୧୦ ବର୍ଷୀୟ ନୂର ଏବଂ ୮ ବର୍ଷୀୟ ଅଲା, ଦୁଇ ସିରୀୟ ଭଉଣୀ ମଧ୍ୟ ପୂର୍ବ ଘୌଟା ବିଷୟରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରୁଛନ୍ତି। ଅସାଦଙ୍କ ସୈନ୍ୟ ତାଙ୍କ ଅଞ୍ଚଳରେ ବୋମା ପକାଉଥିବା ବେଳେ ସେ ପୂର୍ବ ଘୌଟାର ସେମାନଙ୍କ ଜୀବନ କଥା ଜଣାଉଛନ୍ତି । ମୋ କଥା ଶୁଣି ପାରୁଥିବା ସମସ୍ତଙ୍କୁ ମୁଁ କହୁଛି ଯେ ଆମେ ବିପଦରେ ପଡ଼ିଛୁ, ନେଡ଼ିଗୁଡ଼ କହୁଣୀକୁ ବୋହି ଯିବା ଆଗରୁ ଆମକୁ ସାହାର୍ଯ୍ୟ କରନ୍ତୁ । ଫେବ୍ରୁଆରି ୧୯ ତାରିଖ ଦିନ ନୂର ଓ ଅଲା ଏ କଥା ଲେଖିଛନ୍ତି । ଦୁହେଁ ଦୋକାନୀ ଏବଂ ସ୍ଥାନୀୟ ଲୋକମାନଙ୍କ ଅନୁଭୂତି ବର୍ଣ୍ଣନା ସମ୍ବଳିତ ସାକ୍ଷାତକାର ଭିଡିଓ ପୋଷ୍ଟ୍ କରୁଛନ୍ତି ।

ଫେବ୍ରୁଆରି ୨୨ ତାରିଖ ଦିନ ଦୁଇ ଭଉଣୀ ସେୟାର୍ କରିଥିବା ଭିଡିଓରେ ଦେଖା ଯାଉଛି ଭଗ୍ନସ୍ତୁପ ଓ ଧୂଆଁ ଭିତରେ ଦୁଇଟି ବାଳିକା ସାହାର୍ଯ୍ୟ ପାଇଁ ଚିତ୍କାର କରୁଛନ୍ତି । ବୋମା ମାଡ଼ରେ ଅଲା ଆହତ ହୋଇଛନ୍ତି ଏବଂ ତାଙ୍କ ଘର ଭାଙ୍ଗି ଯାଇଛି ।