ଲୋକସଭା ନିର୍ବାଚନ ପାଇଁ ହେଭିୱେଟ୍ ନେତାଙ୍କ ନାମାଙ୍କନ । ହାଇଭୋଲଟେଜ୍ ରୋଡସୋ’ କରି ପ୍ରାର୍ଥୀ ପତ୍ର ଭରିଲେ ରାଜନାଥ ଓ ସ୍ମୃତି ଇରାନୀ

75

କନକ ବ୍ୟୁରୋ: ପଟୁଆରରେ ଆସି ନାମାଙ୍କନ ପତ୍ର ଦାଖଲ ବିଜେପିର ପ୍ରଭାବଶାଳୀ ନେତ୍ରୀ ସ୍ମୃତି ଇରାନୀ । ଉତ୍ତରପ୍ରଦେଶର ଆମେଠି ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପୂର୍ବରୁ ପୂଜାର୍ଚ୍ଚନା କରି ଠାକୁରଙ୍କ ଆର୍ଶୀବାଦ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ । ନିଜ ବାସଭବନ ଓ ମନ୍ଦିରରେ ପୂଜପାଠ କରି ଆରମ୍ଭ କରିଥିଲେ ନିଜ ଯାତ୍ରା । ବିଶାଳ ରୋଡ୍ ଶୋ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ସ୍ମୃତି ଇରାନୀ । ଲଗାତାର ୨ୟ ଥର ବିଜୟ ପାଇଁ ଆମେଠି ଆସନରୁ ଲଢ଼ୁଛନ୍ତି ସ୍ମୃତି । ଶହଶହ ଦଳୀୟକର୍ମୀଙ୍କ ନେତାଙ୍କ ଗହଣରେ ରୋଡ ଶୋ କରିବା ପରେ ନାମାଙ୍କନ ଦାଖଲ କରିଛନ୍ତି ।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ସୋମବାର ବିରାଟ ଶୋଭାଯାତ୍ରାରେ ଆସି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଲଗାତାର ତୃତୀୟ ଥର ପାଇଁ ଲକ୍ଷେ୍ନୈା ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି ରାଜନାଥ । ସୋମବାର ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପ୍ରାର୍ଥିପତ୍ର ଦାଖଲ କରିବାକୁ ବାହାରିଥିଲେ ରାଜନାଥ । ବିଶାଳ ରୋଡ ଶୋ କରି ଦେଖାଇଥିଲେ ଦମ୍ । ସାଥିରେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ନଜର ଆସିଥିଲେ । ରୋଡ ଶୋରେ ଶହ ଶହ ବିଜେପିକର୍ମୀ ଓ ସମର୍ଥକଙ୍କ ଭିଡ ଦେଖିବାକୁ ମିଳଥିଲା । ରାଜନାଥଙ୍କ ବିପକ୍ଷରେ ସମାଜବାର୍ଦି ପାର୍ଟି ରବିଦାସ ମେହେରୋଟାଙ୍କୁ ପ୍ରାର୍ଥୀ କରିଛି ।

ଉଭୟ ଆମେଠି ଓ ଲକ୍ଷେ୍ନø ଲୋକସଭା ଆସନରେ ମେ ୨୦ରେ ପଡିବ ଭୋଟ୍ । ଲୋକସଭା ନିର୍ବାଚନର ପଂଚମ ପର୍ଯ୍ୟାୟ ମତଦାନରେ ରାଜନାଥ ସିଂହ ଓ ସ୍ମୃତି ଇରାନୀଙ୍କ ଭାଗ୍ୟ ପିରକ୍ଷା ହେବ ।